କିପରି କଟିବ ଆଜିର ଦିନ, ଜାଣନ୍ତୁ ନିଜର ରାଶିଫଳ |
ମେଷ: ବିଦ୍ୟାର୍ଥୀମାନେ ନିଜ ପାଠପଢ଼ା ଉପରେ ଧ୍ୟାନ ଦେବେ। ଜୀବନସାଥୀଙ୍କୁ ତାଙ୍କ କ୍ୟାରିୟରରେ ଉନ୍ନତି ହେବାର ଦେଖି ଆପଣ ଖୁସି ହେବେ।
ବୃଷ: ଆପଣଙ୍କର କୌଣସି ପୁରୁଣା ଭୁଲ୍ ଉପରୁ ପରଦା ଉଠିପାରେ। ଆଜି ଆପଣଙ୍କୁ ନିର୍ଣ୍ଣୟ ନେବାର କ୍ଷମତାର ପୂରା ଲାଭ ମିଳିବ।
ମିଥୁନ: ଆଜି ଆପଣ ଚିନ୍ତିତ ରହିବେ। ଜୀବନସାଥୀଙ୍କ ସହଯୋଗ ଏବଂ ସାନ୍ନିଧ୍ୟ ମିଳିବ। ସନ୍ତାନ ତରଫରୁ କୌଣସି ଖୁସି ଖବର ଶୁଣିବାକୁ ମିଳିପାରେ।
କର୍କଟ: ଆଜି ଆପଣ ବ୍ୟସ୍ତ ରହିବେ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ। ସନ୍ତାନର କ୍ୟାରିୟରକୁ ନେଇ ଆପଣ ପରିଜନଙ୍କ ସହିତ କଥା ହୋଇପାରନ୍ତି।
ସିଂହ: ଆଜିର ଦିନ ଆପଣଙ୍କ ପାଇଁ ଖୁସିରେ ଭରି ରହିବ। ବିଦ୍ୟାର୍ଥୀମାନଙ୍କ ଉଚ୍ଚ ଶିକ୍ଷାର ମାର୍ଗ ପ୍ରଶସ୍ତ ହେବ। କୌଣସି ସାଙ୍ଗ ଆପଣଙ୍କୁ ଘରକୁ ଆସିପାରନ୍ତି।
କନ୍ୟା: ଆଜି ଆପଣ ସାବଧାନ ରୁହନ୍ତୁ। କାହାଠାରୁ ଧନ ଉଧାର ନିଅନ୍ତୁ ନାହିଁ। ଚାକିରି କରୁଥିବା ଲୋକେ ଅଫିସରଙ୍କଠାରୁ ଗାଳି ଶୁଣି ପାରନ୍ତି।
ତୁଳା: ଆଜିର ଦିନ ଆପଣଙ୍କ ପାଇଁ ଉନ୍ନତି ନେଇ ଆସିବ। ପିଲାଦିନର ସାଙ୍ଗ ସହିତ ଭେଟ ହେବ। ପ୍ରମୋସନ ମିଳିବା ଦ୍ୱାରା ଚାକିରିଆମାନେ ଖୁସି ହେବେ।
ବିଛା: ଆଜିର ଦିନ ଖୁସି ଖବର ନେଇ ଆସିବ। ରାଜନୀତି କରୁଥିବା ଲୋକଙ୍କୁ ସାବଧାନ ରହିବାକୁ ପଡ଼ିବ। ଆଜି ଗରିବଙ୍କ ସେବା ନିଶ୍ଚୟ କରନ୍ତୁ।
ଧନୁ: ଆଜି ଆପଣ କୌଣସି ନୂଆ ଗାଡ଼ି କିଣାକିଣି କରିପାରନ୍ତି। ପରିବାରର ମାହୋଲ ସୁଖମୟ ରହିବ। ବାଣୀରେ ମଧୁରତା ବଜାୟ ରଖନ୍ତୁ।
ମକର: ଆଜିର ଦିନଚର୍ଯ୍ୟା ପରିବର୍ତ୍ତନ କଲେ ଆପଣଙ୍କ ପାଇଁ ଭଲ ହେବ। ପଡ଼ୋଶୀଙ୍କ ସହ କଥାବାର୍ତ୍ତା ବେଳେ ଶାନ୍ତି ବଜାୟ ରଖନ୍ତୁ।
କୁମ୍ଭ: ଆଜିର ଦିନ ଫଳଦାୟକ ରହିବ। ବିଦ୍ୟାର୍ଥୀମାନଙ୍କୁ ନିଜ ପାଠପଢ଼ା ଉପରେ ଫୋକସ୍ ରଖିବାକୁ ହେବ। ଉଧାର ଧନ ଫେରିପାରେ।
ମୀନ: ଆଜି ଆପଣ ସମ୍ପତ୍ତି କିଣାକିଣି କରିପାରନ୍ତି। ପରିବାରେ କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହୋଇପାରେ, ଆପଣ ବ୍ୟସ୍ତ ରହିବେ।