କିନ୍ନର କୁ ପ୍ରେମ କରି ଠକିଦେଲା ପ୍ରେମିକ ।
ଲଭ ସେକ୍ସ ଧୋକା । ଜଣେ ଯୁବକଙ୍କ ବିରୁଦ୍ଧରେ ଏଭଳି କିଛି ଗୁରୁତର ଅଭିଯୋଗ ଆଣିଲେ କିନ୍ନର । ପ୍ରଥମେ ଫେସବୁକ୍ ରେ ସାଙ୍ଗ ହେଲେ । କିଛି ଦିନ ଚାଟିଂ କରି ରିଲ୍ସ କଲେ ଏବଂ ଶେଷରେ ବିବାହ କଲେ । ଯେତେବେଳେ ମନ ଭରିଗଲା ସେତେବେଳେ କିନ୍ନର ଠୁ ଦୂରେଇ ଯାଇ ଅନ୍ୟତ୍ର ବିବାହ କଲେ ଯୁବକ ଜଣକ ।ଏଭଳି ଘଟଣା ଘଟିଛି କଟକ ଗାନ୍ଧୀ ପଲ୍ଲୀ ଅଞ୍ଚଳ ରେ ସୋନାଲି କିନ୍ନର ଙ୍କ ସହ । ଆଜିକୁ ଚାରିବର୍ଷ ତଳେ ସୋନାଲି କଟକ ବାଙ୍କୀ ଅଞ୍ଚଳର ସାଗର ଙ୍କ ସହ ସୋସିଆଲ ମିଡ଼ିଆ ମାଧ୍ୟମରେ ସମ୍ପର୍କ ରେ ଆସିଥିଲେ । ଏହାପରେ ଦୁହେଁ ଦୁହିଁଙ୍କୁ ପସନ୍ଦ କରିଥିଲେ ଓ ଶେଷରେ ବିବାହ କରି ଗାନ୍ଧୀ ପଲ୍ଲୀ ସ୍ଥିତ ବାସ ଭବନ ରେ ଉଭୟ ରହୁଥିଲେ । ଏହାରି ଭିତରେ ସୋନାଲି ଭିକ୍ଷା ବୃତ୍ତି କରି ଆଣୁଥିବା ଟଙ୍କାକୁ ମନ ଭରି ଉଡ଼ାଥିଲେ ସାଗର । ଖାଲି ସେତିକି ନୁହେଁ ବହୁକଷ୍ଟ ରେ ସୋନାଲି ରଖିଥିବା ଜମା ପୁଞ୍ଜିକୁ ମଧ୍ୟ ସେ ଜୋର୍ ଜବରଦସ୍ତ ନେଇଯାଇଥିଲେ । ହେଲେ ପରେ ପ୍ରେମିକ ସାଗର ପାଲଟି ଥିଲା ସଇତାନ । ସୋନାଲି କୁ ଧୋକା ଦେଇ ଅନ୍ୟତ୍ର ବିବାହ କରିଥିଲା ସାଗର ।
ଯାହା ପରେ ଜାଣିବାକୁ ପାଇଥିଲେ ସୋନାଲି ଏବଂ ତାଙ୍କର କିନ୍ନର ଗୋଷ୍ଠି । ଏହାପରେ କିନ୍ନର ସମାଜ ପକ୍ଷରୁ କଟକ ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ କରାଯାଇଥିଲା । ଯାହାଫଳରେ ଥାନା ରେ ଉଭୟ ମଧ୍ଯରେ ଏକ ଚୁକ୍ତି ହୋଇଥିଲେ ମଧ୍ଯ ଏ ପର୍ଯ୍ୟନ୍ତ ଧରା ଛୁଆଁ ଦେବାର ନାଁ ନେଉନାହିଁ ସାଗର । ସୋନାଲି ଙ୍କ ଅଭିଯୋଗ ଅନୁସାରେ ଯଦି ସାଗର ତୁରନ୍ତ ସୋନାଲି ଙ୍କ ଠାରୁ ନେଇଥିବା ଟଙ୍କା, ସୁନା, ଗହଣା ନ ଫେରନ୍ତି ତେବେ ଆଗାମୀ ଦିନରେ ସୋନାଲି ଙ୍କ ସହ ସମଗ୍ର କିନ୍ନର ସମାଜ ରାଜରାସ୍ତାକୁ ଓହ୍ଲାଇବା ସହ ବିଚାରପତି ଘର ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ।