କିଏ ସୃଷ୍ଟି କରିଥିଲେ ସମ୍ପର୍କରେ ଫାଟ ରିୟା ନା ରଶ୍ମି ।
ଗତକାଲି ଆଜେକ୍ସଙ୍କ ମୃତ୍ୟୁ ପୂର୍ବର ଅଡିଓ ରେକର୍ଡ ସମସ୍ତଙ୍କ ଛାତିକୁ ଥରାଇ ଦେଇଛି । ଆଜେକ୍ସଙ୍କ ମୃତ୍ୟୁ ପୂର୍ବର ସେହି ଶେଷ କେଇ ମିନିଟର ଅଡିଓ ରେକର୍ଡ ଯିଏ ଶୁଣିଛନ୍ତି ସେ ତାଙ୍କ ଆଖିର ଲୁହକୁ ଚାପି ରଖି ପାରି ନାହାଁନ୍ତି । ଆଜେକ୍ସଙ୍କ ଅଡିଓ ସମସ୍ତଙ୍କ ଆଖିରେ ଲୁହ ଆଉ ଛାତିରେ କୋହ ସୃଷ୍ଟି କରିଥିଲା । ଆଜେକ୍ସଙ୍କ ପ୍ରତିଟି ଶବ୍ଦ ହିଁ ସ୍ପଷ୍ଟ ବୟାନ କରୁଛି ଆଜେକ୍ସ ଜିଜ୍ଞାସା ଙ୍କୁ କେତେ ଭଲ ପାଉଥିଲେ । ଆଉ ଆଜେକ୍ସ ଏ କଥା ମଧ୍ୟ କହି ଯାଇଛନ୍ତି କି ଆଜେକ୍ସ ଭଲ ପାଇବା ବଦଳରେ ଜିଜ୍ଞାସା ଙ୍କ ପାଖରୁ ଆଉ କିଛି ନୁହେଁ ଟିକେ ପ୍ରେମ ହିଁ ଚାହୁଥିଲେ । ହେଲେ ସେହି ଅଡିଓ ରେକର୍ଡରେ ଆଜେକ୍ସ ଏକ ଯୁବତୀଙ୍କ ନାଁ ବାରମ୍ବାର ନେଉଥିଲେ । ଆଜେକ୍ସ କହୁଥିଲେ ସେ ଟିକେ ଶାନ୍ତି ପାଇବା ପାଇଁ ରିୟାଙ୍କ ସହ କଥା ହେଉଥିଲେ । କିଏ ସେହି ରିୟା ? ରିୟା ଙ୍କ ସହ ଆଜେକ୍ସଙ୍କ ସମ୍ପର୍କ କଣ ? କଣ ଜିଜ୍ଞାସା ଙ୍କୁ ଭୁଲିବା ପାଇଁ ଆଜେକ୍ସ ରୀୟାଙ୍କ ସହ କଥା ହେଉଥିଲେ ? ନା ରୀୟାଙ୍କ ପାଇଁ ଆଜେକ୍ସ ଆଉ ଜିଜ୍ଞାସାଙ୍କ ସମ୍ପର୍କରେ ସୃଷ୍ଟି ହୋଇଥିଲା ଝଡ । ସେହି ଅଡିଓ ରେକର୍ଡ ରୁ ଯାହା ସ୍ପଷ୍ଟ ଅନୁମାନ କରି ହେଉଛି କି ଆଜେକ୍ସ ଜିଜ୍ଞାସା ଙ୍କୁ ନିଜ ଠୁ ବି ଅଧିକ ଭଲ ପାଉଥିଲେ । ଆଉ ଯେତେବେଳେ ଜିଜ୍ଞାସା ରଶ୍ମିଙ୍କ ସହ ଅଧିକ ମିଲା ମିଶା କରିଥିଲେ ସେତେବେଳେ ଆଜେକ୍ସ ଏହାକୁ ସହି ପାରି ନଥିଲେ । ଆଉ ଯେଉଁଥି ପାଇଁ ଆଜେକ୍ସ ସବୁବେଳେ ମାନସିକ ଚିନ୍ତାରେ ରହୁଥିଲେ ।
ଆଉ ନିଜକୁ ଶାନ୍ତିରେ ରଖିବାକୁ ଆଜେକ୍ସ ଶେଷରେ ରିୟା ନାମକ ଏକ ଯୁବତୀ ଙ୍କ ସହ କଥା ହେଉଥିଲେ । ଏହି କଥା ଆଜେକ୍ସ ନିଜେ ପ୍ରକାଶ କରି ଅଡିଓ ରେକର୍ଡରେ କହିଛନ୍ତି । ମୃତ୍ୟୁ ପୂର୍ବରୁ ଆଜେକ୍ସ ଏ କଥା ମଧ୍ୟ ଶେଷ ଥର ପାଇଁ ଜିଜ୍ଞାଂଶା ଙ୍କୁ ସ୍ପଷ୍ଟ କରିଛନ୍ତି ମୁଁ କେବେ ହେଲେ ମଧ୍ୟ ତୁମ ସହ ଚିଟ୍ କରିନି । ହେଲେ ତୁମ ପାଖରେ ରଶ୍ମି ଥିଲା ତୁମେ ମୋ ଅନୁପ୍ଥିତିକୁ ଅନୁଭବ କରି ପାରୁନଥିଲ । ରିୟା ବି ଏକା ନାହିଁ । କିନ୍ତୁ ମୁଁ ଏକା ,ମୋ ପାଖରେ କେହିବି ନାହାନ୍ତି । ତେଣୁ ମୁଁ ତୁମକୁ ଛାଡ଼ି ସବୁ ଦିନ ପାଇଁ ଯାଉଛି । ଭାବିଥିଲି ମୁଁ ମରିବା ପରେ ତୁମେ ମତେ ମିସ କରିବ ଏବେ ଆଉ ସେତକ ବି ଲାଗୁନି । କାରଣ ତୁମ ପାଖରେ ରଶ୍ମି ଅଛି ଆଉ ତୁମେ ତା ସହ ଖୁସିରେ ବି ଅଛ । ତୁମେ ଖୁସିରେ ଥାଅ ମୁଁ ଯାଉଛି । ଆଉ ହଁ ମୁଁ ମରିଯିବା ଖବର ପାଇବା ପରେ କାନ୍ଦିବ ନାହିଁ ଯେମିତି ଆଗରୁ କାନ୍ଦୁନଥିଲ । ଏ ଥିଲା ଆଜେକ୍ସଙ୍କ ଶେଷ କେଇ ପଦ କଥା ଜିଜ୍ଞାସା ଙ୍କ ପାଇଁ । ରିୟା ଆଉ ରଶ୍ମି ଏ ଦୁହିଁଙ୍କୁ ନେଇ ଆଜେକ୍ସ ଆଉ ଜିଜ୍ଞାସା ଙ୍କ ସମ୍ପର୍କରେ ଝଡ ସୃଷ୍ଟି ହୋଇଥିବା ଆଜେକ୍ସଙ୍କ ଅଡିଓ ଶୁଣିବା ପରେ ଲୋକେ ଆଲୋଚନା କରୁଛନ୍ତି ।