କରୋନା ପାଇଁ ବାଜିବ ସତର୍କ ଘଣ୍ଟି ।

ଦେଶରେ ଧୀରେ ଧୀରେ ବୃଦ୍ଧି ପାଉଛି କାରୋନା ସଂକ୍ରମଣ । ଅନେକ ଦିନ ଥମି ଯାଇଥିବା ବେଳେ ପୁଣି କାୟା ମେଲାଇ ଲାଣି ଅଦୃଶ୍ୟ ମହାମାରୀ କିଲର କରୋନା। କିଲର କରୋନାର ତାଣ୍ଡବରେ ସାରା ଦେଶ ଥର ହର ହେଉଥିବା ବେଳେ ପୁଣି ଥରେ ଏହି ଭୟ ଲୋକଙ୍କ ମନରେ ସୃଷ୍ଟି ହୋଇଛି । କାରଣ ଧୀରେ ଧୀରେ ଦେଶରେ ପୁଣିଥରେ ଉପର ମୁହା ହୋଇଛି ଏହି ଭାଇରସ । ଦିଲ୍ଲୀରେ ମଧ୍ୟ କରୋନା ଦ୍ରୁତ ଗତିରେ ବ୍ୟାପୁଥିବା ସୂଚନା ମିଳିଛି। ଗତ 24 ଘଣ୍ଟା ମଧ୍ୟରେ ଦିଲ୍ଲୀରେ 152 ଟି ନୂଆ ମାମଲା ଦେଖିବାକୁ ମିଳିଛି। ସେପଟେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ବର୍ଷ ଅକ୍ଟୋବର ମାସ ପରେ ଗୁରୁବାର ଦିନ ଦିଲ୍ଲୀରେ କୋଭିଡ୍ର 100 ରୁ ଅଧିକ ରୋଗୀଙ୍କୁ ଦେଖିବାକୁ ମିଳିଥିଲା। ଦେଶରେ H3N2 ଭାଇରସ ରୋଗର ବୃଦ୍ଧି ସହିତ, କରୋନା ରୋଗୀଙ୍କ ବୃଦ୍ଧି ମେଡିକାଲ ବିଶେଷଜ୍ଞ ଙ୍କ ଟେନସନକୁ ବଢାଇ ଦେଇଛି । ତେବେ କରୋନା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଏନେଇ ନୂଆ ଗାଇଡ ଲାଇନ୍ ଆସିବାକୁ ଯାଉଛି । କୁହା ଯାଉଛି କି ଓମିକ୍ରନ ଭାଇରସ ଏବେ ବି ଦେଶରେ ସକ୍ରିୟ ରହିଛି । ସତର୍କ ନରହିଲେ ପରିସ୍ଥିତି ପୁଣିଥରେ ଅଣାୟତ୍ତ ହେବା ନେଇ ଆଶଙ୍କା ବୃଦ୍ଧି ପାଉଛି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp