କରୋନାରେ ଆକ୍ରାନ୍ତ ହେଲେ ବଲିଉଡ ଅଭିନେତ୍ରୀ କିରଣ ଖେର

ପୁଣି କରୋନା କଲାଣି କାୟା ବିସ୍ତାର । ବଲିଉଡ ଅଭିନେତ୍ରୀ କିରଣ ଖେର କରୋନା ସଂକ୍ରମିତ ହୋଇଥିବା ନେଇ ନିଜର ଟ୍ଵିଟର ଆକାଉଣ୍ଟରେ ଟ୍ୱିଟ କରିଛନ୍ତି। ତାଙ୍କ ସଂପର୍କରେ ଆସିଥିବା ଲୋକଙ୍କୁ ଟେଷ୍ଟ କରାଇ ନେବା ପାଇଁ ଅପିଲ୍‌ କରିଛନ୍ତି । ଆଉ କିରଣଙ୍କ ଏହି ପୋଷ୍ଟ ପରେ ଫ୍ୟାନ୍ସ ତାଙ୍କ ସ୍ୱାସ୍ଥ୍ୟ ଶୀଘ୍ର ସୁସ୍ଥ ହେବା ଲାଗି କାମନା କରୁଛନ୍ତି ।

୨୦୨୧ରେ କିରଣଙ୍କୁ ରକ୍ତ କର୍କଟ ହୋଇଥିବା ସୂଚନା ମିଟିଥିଲା। ଅନେକ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ କିରଣ । ତିନି ବର୍ଷ ପୂର୍ବେ କିରଣ ମଲ୍ଟିପଲ ମାଇଲୋମା ରୋଗରେ ପୀଡିତ ଥିଲେ। ଏହା ହେଉଛି ଏକ ପ୍ରକାରର ରକ୍ତ କର୍କଟ । ୬୮ ବର୍ଷୀୟା ଅଭିନେତ୍ରୀ ମୁମ୍ବାଇରେ ତାଙ୍କର ଚିକିତ୍ସା ପରେ ଏହି କର୍କଟ ରୋଗ କୁ ହରାଇଥିଲେ । ସ୍ୱାମୀ ଅଭିନେତା ଅନୁପମ ଖେର ନିଜେ କିରଣଙ୍କ ବିଷୟରେ ସୂଚନା ଦେଇଥିଲେ।

କିରଣ ଖେର ୧୯୮୩ ପଞ୍ଜାବୀ ଫିଲ୍ମ ‘ଅସର ପ୍ୟାର ଦା’ରେ ଅଭିନୟ ଆରମ୍ଭ କରିଥିଲେ। ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରାୟ ପାଞ୍ଚ ବର୍ଷ କାମ କରିବା ପରେ କିରଣ ଖେର ୧୯୮୮ ରେ ‘ପେଷ୍ଟୋନଜି’ ସହିତ ବଲିଉଡରେ ଏଣ୍ଟ୍ରି କରିଥିଲେ। କିରଣ ଅଭିନୟ ପରେ ରାଜନୀତିରେ ପାଦ ଦେଇଥିଲେ । ତା’ ପରେ କିରଣ ଟିଭି ଶୋ ଇଣ୍ଡିଆସ୍‌ ଗଟ୍‌ ଟ୍ୟାଲେଣ୍ଟରେ ଜଜ୍‌ ଭାବେ ନଜର ଆସୁଥିଲେ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp