କରନା ପରେ 2023 ରେ ମାରିବ ମାରବର୍ଗ ।

ସାରା ବିଶ୍ବକୁ ଦୋହଲାଇ ଦେଇଥିଲା ଅଦୃଶ୍ୟ ମହାମାରୀ କିଲର କରୋନା । କିଲର କରୋନାର ତାଣ୍ଡବରେ ଛାରଖାର ହୋଇଯାଇଥିଲା ସବୁକିଛି । ଆଜିବି ସେହି କରୋନାର ତାଣ୍ଡବଲୀଳା ମନେ ପଡିଲେ ଲୋମ ଟାଙ୍କୁରି ଉଠେ । କାରଣ କରୋନା କାହାକୁ ବାପା ମା ଛେଉଣ୍ଡ କରିଦେଇଥିଲା ତ ଆଉ କାହାର ମଥାରୁ ସିନ୍ଦୁର ପୋଛିଦେଇଥିଲା । କାହାର ହାତରୁ ମେହେନ୍ଦୀ ଛାଡି ନଥିବା ବେଳେ ମଥାରୁ ସିନ୍ଦୁର ଲିଭି ଯାଇଥିଲା । ଆଉ କରୋନା ସମ୍ପୂର୍ଣ୍ଣ ରୂପେ ଦେଶରୁ ହଟି ନଥିବା ବେଳେ ଏବେ ଆତଙ୍କ ଖେଳେଇଲାଣି ଆଉ ଏକ ନୂଆ ଭାଇରାସ । ଯାହା ଅନୁମାନ କରାଯାଉଛି କି ଏହି ଭାଇରସ କୁଆଡେ କରୋନା ଠାରୁ ମଧ୍ୟ ଭାରି ସାଙ୍ଘାତିକ ।

ଏହି ନୂଆ ଭୁତାଣୁ ଆଫ୍ରିକୀୟ ଦେଶ ଇକ୍ୱେଟୋରିଆଲ୍ ଗିନିରେ ଏବେ ଆତଙ୍କ ସୃଷ୍ଟି କରିଛି। ବର୍ତ୍ତମାନ ସୁଦ୍ଧା ଏହି ଭୂତାଣୁ ସଂକ୍ରମଣରେ କୁଆଡେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ସଂଖ୍ୟକ ଲୋକ ଅସୁସ୍ଥ ଥିବା କୁହାଯାଉଛି। ସେପଟେ ସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମାରବର୍ଗ ଭୂତାଣୁ ସଂକ୍ରମଣର ଲକ୍ଷଣ ଇବୋଲା ଭୂତାଣୁ ଲକ୍ଷଣ ସହ ସମାନ। ଯେଉଁଥିରେ ରୋଗୀଙ୍କୁ ଜ୍ୱର, ଛାତିରେ ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଇଥାଏ। ଆଉ ଯେତେବେଳେ ରୋଗୀର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୁଏ ସେତେବେଳେ ରୋଗୀଙ୍କ ମୃତ୍ୟୁ ଘଟିଥାଏ ।
ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କହିବା ଅନୁଯାୟୀ ମାରବର୍ଗ ଭୂତାଣୁ ସଂକ୍ରମଣ କ୍ଷିପ୍ର ଗତିରେ ବ୍ୟାପିବାରେ ଲାଗିଛି। ପ୍ରଭାବିତ ଅଞ୍ଚଳରେ ଆଗୁଆ ଟିମ୍ ମୁତୟନ କରାଯାଇଛି, ଯେଉଁମାନେ ଭୂତାଣୁ ସଂକ୍ରମିତଙ୍କୁ ଚିହ୍ନଟ କରି ସେମାନଙ୍କୁ ସଙ୍ଗରୋଧରେ ରଖୁଛନ୍ତି ଏବଂ ସେମାନଙ୍କ ଚିକିତ୍ସା ମଧ୍ୟ କରୁଛନ୍ତି। ହେଲେ ଏହି ଭୁତାଣୁ କୁ ଯଦି ସମୟ ଥାଉ ଥାଉ ବିଲୋପ କରାନଯାଏ ତାହାଲେ ଏହା 2023 ମସିହାରେ ଅତି ଭୟଙ୍କର ରୂପ ଧାରଣ କରି ଲୋକଙ୍କ ଜୀବନ ନେବ ବୋଲି ଆଲୋଚନା କରାଯାଉଛି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp