କମିଲାନି ବିବାଦ ଉଠାଇ ନେଲେ ପ୍ରତିମୂର୍ତ୍ତି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ପ୍ୟାଣ୍ଟ ସାର୍ଟ ପିନ୍ଧାଇ ନାକେଦମ ହୋଇଛନ୍ତି ଅନୁଗୁଳ ପୌର ପରିଷଦ ଅଧିକାରୀ । ହେଲେ ଏତେ ପରେ ବି ପ୍ୟାଣ୍ଟ ସାର୍ଟକୁ ନେଇ ତେଜି ଉଠିଥିବା ବିବାଦ ଥମିବାର ନା ଧରିଲା ନାହିଁ । ଶେଷରେ ନାକେଦମ୍ ହୋଇ ସାରିଥିବା ଅନୁଗୋଳ ପୌର ପ୍ରଶାସନ ଆଜି ତାଙ୍କ ପ୍ରତିମୂର୍ତ୍ତିକୁ ଉଠାଇ ନେଇଛନ୍ତି । ଏହି ଘଟଣା ପରେ ବିଭିନ୍ନ ଆଡ଼ୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା ପୌର ପ୍ରଶାସନକୁ ଏହା ପରେ ତୁରନ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୋଷାକ ବଦଳାଇ ଧୋତି ପଞ୍ଜାବୀ ପିନ୍ଧାଇବା ସହ କ୍ଷମା ପ୍ରାର୍ଥନା କରିଥିଲା ପୌର ପ୍ରଶାସନ । ହେଲେ ଏହାପରେ ବି ଯେତେବଳେ ବିବାଦ ଥମି ନଥିଲା ସେତେବେଳେ ପୌରପାଳିକା ପକ୍ଷରୁ ବାଧ୍ୟ ହୋଇ ଆଜି ତାଙ୍କ ପ୍ରତିମୂର୍ତ୍ତିକୁ ଉଠାଇ ନିଆଯାଇଥିବା ସୂଚନା ମିଳିଛି ।
ଅନୁଗୋଳ ଜିଲ୍ଲା ପ୍ରତିଷ୍ଠା ଦିବସ ଏବଂ ଓଡ଼ିଶା ଦିବସ ପାଳନ ଅବସରରେ ଅନୁଗୋଳ ପୌରପାଳିକାର ଗୋପବନ୍ଧୁ ପାର୍କରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କର ପ୍ୟାଣ୍ଟ, ସାର୍ଟ, ବୁଟ୍ ପିନ୍ଧା ପ୍ରତିମୂର୍ତ୍ତି ସ୍ଥାପିତ ହୋଇଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଜନ ଅସନ୍ତୋଷ ତେଜିବାରେ ଲାଗିଥିଲା।ତେବେ ତ୍ରୁଟି ସମାଧାନ ପାଇଁ ରାତା ରାତି ପ୍ୟାଣ୍ଟ ସାର୍ଟ ବଦଳରେ ଧୋତି ପଞ୍ଜାବୀ ପିନ୍ଧାଇ ଦିଆଗଲା ହେଲେ କିନ୍ତୁ ବିବାଦ ଥମିବାର ନା ନେଲା ନାହିଁ ।