କନଷ୍ଟେବଳ ନିଯୁକ୍ତି ପ୍ରକ୍ରିୟାରେ ହସ୍ତକ୍ଷେପ କଲେ ହାଇକୋର୍ଟ

ରାଜ୍ୟରେ କନଷ୍ଟେବଳ ନିଯୁକ୍ତି ପ୍ରକ୍ରିୟାରେ ହାଇକୋର୍ଟଙ୍କ ରାୟ । ପୂର୍ବରୁ ପୁରୀ ଜିଲ୍ଲାର ନିଯୁକ୍ତି ପ୍ରକ୍ରିୟା ଉପରେ ହସ୍ତକ୍ଷେପ କରିଥିବା ପରେ ଏବେ ଢେଙ୍କାନାଳ, ଭଦ୍ରକ, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାର କନେଷ୍ଟବଳ ନିଯୁକ୍ତି ପ୍ରକ୍ରିୟା ଉପରେ ରାୟ ଦେଲେ ହାଇକୋର୍ଟ । ସମସ୍ତ ପ୍ରତିପକ୍ଷଙ୍କୁ କୋର୍ଟ ନୋଟିସ ଜାରି କରିଥିବା ବେଳେ ଏ ସମସ୍ତ ଜିଲ୍ଲା ପୋଲିସ ସିଲେକ୍ସନ ବୋର୍ଡ ନିଯୁକ୍ତି ପ୍ରକ୍ରିୟା ଚାଲୁ ରଖିପାରିବେ ବୋଲି କହିଛନ୍ତି । କିନ୍ତୁ ହାଇକୋର୍ଟରେ ଆଗତ ଏହି ରିଟ୍‌ ପିଟିସନର ଚୂଡାନ୍ତ ରାୟ ପରେ ଏହି ସବୁ ଜିଲ୍ଲାର କନଷ୍ଟେବଳ ନିଯୁକ୍ତି ପରୀକ୍ଷାର ଫଳାଫଳ ଘୋଷଣା କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି ।

ଆବେଦନକାରିଣୀଙ୍କ ପକ୍ଷରୁ ଆଇନଜୀବୀ ରାଜୀବ ରଥ ଏହି ମକଦ୍ଦମା ପରିଚାଳନା କରୁଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲା ପୋଲିସରେ ୪ହଜାର ୭୯୦ କନଷ୍ଟେବଳ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି । ବୋର୍ଡ ଧାର୍ଯ୍ୟ କରିଥିବା ପାସ୍‌ ମାର୍କ ବେଆଇନ ବୋଲି ପିଟିସନରେ ଦର୍ଶାଯାଇଛି । ସେହିଭଳି କଟଅପ ମାର୍କ ରଖାଯିବା ବିଜ୍ଞାପନରେ ନଥିଲା ବୋଲି ଆବେଦନରେ ଦର୍ଶାଯାଇଛି । ଏହାସହିତ ହୋମଗାର୍ଡଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଥିବାବେଳେ ତା ମଧ୍ୟରେ ଏସସି, ଏସଟି ସଂରକ୍ଷଣ ବେଆଇନ ଭାବେ ରଖାଯାଇଛି ବୋଲି ଆବେଦନରେ ଦର୍ଶାଯାଇଛି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp