କଣ ରହିଛି ଆଜିର ରାଶିଫଳ ?
ମେଷ: ଆପଣଙ୍କ ଦିନ ସୁଖଦ ହେବ। ଆଜି ଅବିବାହିତ ଲୋକଙ୍କ ପାଇଁ ପ୍ରସ୍ତାବ ଆସିପାରେ। ପରିବାର ଲୋକେ ଆପଣଙ୍କ କଥା ବୁଝିବାକୁ ଚେଷ୍ଟା କରିବେ।
ବୃଷ: ଆଜି ଭାଗ୍ୟ ପୂରା ସାଥ୍ ଦେବ। ସାଙ୍ଗ ଏବଂ ପରିବାର ସହିତ ଖୁସି ସେୟାର କରିବେ। ଏହି ରାଶିର ପିଲାମାନେ ଅଧ୍ୟୟନରେ ଅଧିକ ଧ୍ୟାନ ଦେବା ଆବଶ୍ୟକ।
ମିଥୁନ: ଆଜି ଆପଣ ନୂଆ ବିଜନେସ୍ ଆରମ୍ଭ କରିବାକୁ ଚିନ୍ତା କରିପାରନ୍ତି। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ଆର୍ଥିକ ଅବସ୍ଥା ଭଲ ହେବ।
କର୍କଟ: ଆଜିର ଦିନ ଭଲରେ କଟିବ। ସନ୍ଧ୍ୟାରେ କୌଣସି ସମ୍ପର୍କୀୟ ଆପଣଙ୍କ ଘରକୁ ଆସିପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ। ବୈବାହିକ ସମ୍ପର୍କରେ ମଧୁରତା ଆସିବ।
ସିଂହ: ଭାଗ୍ୟ ଆପଣଙ୍କୁ ସାଥ୍ ଦେବ। ଆଜି ନିଜ କାର୍ଯ୍ୟକୁ ଶୀଘ୍ର ପୂରା କରିନେବେ। ନିଜ ବାପା, ମାଆ ଓ ଭଉଣୀଙ୍କ ସହିତ ଘରେ ସମୟ ବିତାଇବେ।
କନ୍ୟା: ଅନେକ ଦିନ ଧରି ଚିନ୍ତା କରୁଥିବା କାର୍ଯ୍ୟ ଆଜି ସମାପ୍ତ ହେବ। ଅନ୍ୟମାନଙ୍କ କାର୍ଯ୍ୟରେ ମତାମତ ଦେବାଠାରୁ ଦୂରେଇ ରୁହନ୍ତୁ। ଆଜି ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବାକୁ ପଡିବ।
ତୁଳା: ଆଜି ଆପଣଙ୍କ ପାଇଁ ଦିନଟି ଭଲ। ଅଫିସ୍ କାମ ପୂରା କରିବାରେ ଆପଣ ବ୍ୟସ୍ତ ରହିବେ। ସନ୍ଧ୍ୟାରେ ନିଜ ପରିବାର ସହିତ ସମୟ ବିତାଇବେ।
ବିଛା: ଆଜିର ଦିନ ହସଖୁସିରେ କଟିବ। ଭବିଷ୍ୟତକୁ ଉନ୍ନତ କରିବା ପାଇଁ ଆପଣଙ୍କୁ ଟିକିଏ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଲଭମେଟଙ୍କ ସହ ବିବାଦ ହୋଇପାରେ।
ଧନୁ: ଆପଣଙ୍କ ଦିନ ସ୍ୱାଭାବିକ ହେବ। ଆଜି ଆପଣଙ୍କୁ ନିଜ ପସନ୍ଦର କମ୍ପାନୀରୁ କଲ୍ ଆସିପାରେ, ଯାହାର ଇଣ୍ଟରଭ୍ୟୁ ପାଇଁ ଆପଣ ଦୀର୍ଘଦିନରୁ ପ୍ରସ୍ତୁତି କରୁଛନ୍ତି।
ମକର: ଆଜିର ଦିନ ଠିକ୍ଠାକ୍ ରହିବ। ଆଜି ଆପଣ ପରିବାର ସଦସ୍ୟଙ୍କ ସହିତ ଅଧିକାଂଶ ସମୟ ବିତାଇବେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଅଧିକ ତେଲ, ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ।
କୁମ୍ଭ: ଆଜି ଘରେ କୌଣସି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ ହୋଇପାରେ। ପାରିବାରିକ ସମସ୍ୟା ଦୂର ହେବ। ଅବିବାହିତ ଲୋକମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ।
ମୀନ: ପରିବାରରେ ଚାଲିଥିବା ଆପଣଙ୍କ ବ୍ୟକ୍ତିଗତ ସମସ୍ୟା ଶୀଘ୍ର ଦୂର ହୋଇଯିବ। ସମ୍ପର୍କକୁ ସୁଧାରିବା ପାଇଁ ଆଜିର ଦିନ ଭଲ। ଆଜି ଶତ୍ରୁମାନେ ଆପଣଙ୍କଠାରୁ ଦୂରତା ରଖିବେ।