କଣ ରହିଛି ଆଜିର ଭାଗ୍ୟଫଳ |
ମେଷ: ମନ ପ୍ରସନ୍ନ ରହିବ। କିନ୍ତୁ କୌଣସି ଅଜଣା ଭୟକୁ ନେଇ ଚିନ୍ତିତ ହୋଇପାରନ୍ତି। ଆଜି କୌଣସି ସାଙ୍ଗଙ୍କର ସହଯୋଗ ମିଳିପାରେ।
ବୃଷ: ଆଜି ଆପଣଙ୍କୁ କୌଣସି ଅତିରିକ୍ତ ଦାୟିତ୍ୱ ମିଳିପାରେ। ଆୟରେ ବୃଦ୍ଧି ହେବ। କିନ୍ତୁ ଖର୍ଚ୍ଚ ବଢ଼ିବା ଯୋଗୁ ବି ଚିନ୍ତିତ ରହିବେ। ଆତ୍ମବିଶ୍ୱାସ ଭରପୂର ରହିବ।
ମିଥୁନ: ଆଜି ଯାତ୍ରାରେ ଯିବାକୁ ପଡ଼ିପାରେ। ଯାତ୍ରା ଲାଭପ୍ରଦ ରହିବ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ। ଆୟର ସ୍ଥିତି ସନ୍ତୋଷଜନକ ରହିବ।
କର୍କଟ: ଆଜି କୌଣସି ରାଜନେତାଙ୍କ ସହ ଭେଟ ହୋଇପାରେ। ଶୈକ୍ଷିକ କାର୍ଯ୍ୟରେ ସଫଳତା ମିଳିବ। ବ୍ୟବସାୟରେ ବୃଦ୍ଧି ହେବ।
ସିଂହ: ମନ ଶାନ୍ତ ରହିବ। ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ରହିବେ। ସୁସ୍ୱାଦୁ ଖାଦ୍ୟପେୟରେ ରୁଚି ବଢ଼ିପାରେ। ଆୟରେ ବୃଦ୍ଧି ହେବ, ସେପଟେ ଖର୍ଚ୍ଚ ମଧ୍ୟ ବଢ଼ିବ।
କନ୍ୟା: ପାରିବାରିକ ଜୀବନ ସୁଖମୟ ରହିବ। ପରିବାର ସହିତ କୌଣସି ଧାର୍ମିକ ସ୍ଥାନକୁ ଯାଇପାରନ୍ତି। ପରିଶ୍ରମ ଅଧିକ ରହିବ। ସନ୍ତାନଙ୍କ ପକ୍ଷରୁ ସୁଖଦ ସମାଚାର ମିଳିପାରେ।
ତୁଳା: ଆଜି ନିଜ କଥାବାର୍ତ୍ତା ସଂଯମତା ରକ୍ଷା କରନ୍ତୁ। ସଙ୍ଗୀତ ପ୍ରତି ରୁଚି ବଢ଼ିପାରେ। ପାରିବାରିକ ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ।
ବିଛା: କୌଣସି ସାଙ୍ଗଙ୍କ ସହଯୋଗରୁ ଚାକିରିର ଅବସର ମିଳିପାରେ। ଆଜି ଆପଣଙ୍କୁ କୌଣସି ସ୍ଥାନକୁ ଯିବାକୁ ପଡ଼ିପାରେ। ମାନ ସମ୍ମାନ ମିଳିବ।
ଧନୁ: ଅଯଥା କ୍ରୋଧରୁ ଦୂରେଇ ରୁହନ୍ତୁ। ମନରେ ନକାରାତ୍ମକତାର ପ୍ରଭାବ ପଡ଼ିପାରେ। ଘରେ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ। ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ।
ମକର: ମନ ଅଶାନ୍ତ ରହିବ। ଆଳସ୍ୟ ଅଧିକ ହୋଇପାରେ। ଚାକିରିରେ ପରିବର୍ତ୍ତନର ଯୋଗ ରହିଛି। ପରିବାରରେ ସୁଖ, ଶାନ୍ତି ରହିବ। ଅଧ୍ୟୟନରେ ରୁଚି ରହିବ।
କୁମ୍ଭ: ଆତ୍ମବିଶ୍ୱାସରେ ଅଭାବ ରହିପାରେ। ସନ୍ତାନର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ଆଳସ୍ୟ ଅଧିକ ରହିପାରେ। ମିତ୍ରଙ୍କଠାରୁ ସହଯୋଗ ମିଳିବ। ସ୍ୱଭାବରେ ଜିଦିପଣ ରହିପାରେ।
ମୀନ: ପାଠପଢ଼ା ପ୍ରତି ରୁଚି ବଢ଼ିବ। ଶୈକ୍ଷିକ କାର୍ଯ୍ୟରେ ସୁଖଦ ପରିଣାମ ମିଳିବ। ବ୍ୟବସାୟରେ ବୃଦ୍ଧି ଘଟିବ। ପରିଶ୍ରମ ଅଧିକ ରହିବ। ଧର୍ମ ପ୍ରତି ଶ୍ରଦ୍ଧାଭାବ ରହିବ।