କଣ ରହିଛି ଆଜିର ଭାଗ୍ୟଫଳ |
ମେଷ: କୌଣସି ବିବାଦ ଭିତରକୁ ଯାଆନ୍ତୁ ନାହିଁ। ନୂଆ ଆର୍ଥିକ ଯୋଜନାର ଲାଭ ଉଠାଇବାକୁ ଚେଷ୍ଟା କରିପାରନ୍ତି। ଚାକିରିଆମାନଙ୍କୁ କାର୍ଯ୍ୟରେ ଶୀଘ୍ର ସଫଳତା ମିଳିବ ନାହିଁ।
ବୃଷ: ଆଜି ଆପଣ ଭାବପ୍ରବଣ ରହିବେ। ନିଜର ପ୍ରିୟଙ୍କୁ କୌଣସି ସରପ୍ରାଇଜ୍ ଦେଇପାରନ୍ତି। ମନ ଖୁସି ରଖିବାକୁ ଚେଷ୍ଟା କରନ୍ତୁ। ଖାଦ୍ୟପେୟର ଧ୍ୟାନ ନିଅନ୍ତୁ।
ମିଥୁନ: ଆଜି ଆପଣ ମଉଜ ମସ୍ତିରେ ବ୍ୟସ୍ତ ରହିବେ। ସାଙ୍ଗଙ୍କ ସହିତ ବାହାରକୁ ଯିବାକୁ ଯୋଜନା କରିବେ। ଆଜିର ଦିନ ଆନନ୍ଦରେ ଭରପୂର ରହିବ।
କର୍କଟ: ବ୍ୟବସାୟ ସ୍ଥଳରେ ପରିବେଶ ଆପଣଙ୍କ ପାଇଁ ଅନୁକୂଳ ହେବ। ପରିବାରରେ ଶାନ୍ତି ରହିବ। ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରହିବେ।
ସିଂହ: କ୍ରୋଧ ଉପରେ ସଂଯମ ରଖନ୍ତୁ। ପରିବାରରେ କିଛି ଚିନ୍ତା ରହିପାରେ। ମାକସିନ ଅଶାନ୍ତି ରହିବ। ବ୍ୟବସାୟରେ ଲାଭର ସମ୍ଭାବନା ରହିଛି।
କନ୍ୟା: ଆଜି ଶାରୀରିକ ଦୁର୍ବଳତା ରହିବ। ଚିନ୍ତା ଯୋଗୁ କାମରେ ମନ ଲାଗିବ ନାହିଁ। ଧନ ହାନି ହେବାର ଆଶଙ୍କା ରହିଛି। କାର୍ଯ୍ୟରେ ସଫଳତା ମିଳିବ ନାହିଁ।
ତୁଳା: କୌଣସି ନୂଆ କାମ ଆରମ୍ଭ କରିବା ପାଇଁ ଆଜିର ଦିନ ଶୁଭ ହେବ। କୌଣସି ପୁରୁଣା ବନ୍ଧୁଙ୍କୁ ଭେଟି ପାରନ୍ତି। ସାମାଜିକ ସ୍ତରରେ ମାନ ସମ୍ମାନ ପାଇବେ।
ବିଛା: ପରିବାର ସଦସ୍ୟଙ୍କ ସହିତ ମତଭେଦର ସ୍ଥିତି ଆସିପାରେ। ବାଣୀ ଉପରେ ସଂଯମ ରଖନ୍ତୁ। କାର୍ଯ୍ୟରେ ଆଶାନୁରୂପ ସଫଳତା ମିଳିବ ନାହିଁ। କାର୍ଯ୍ୟ ଭାର ଅଧିକ ହେବ।
ଧନୁ: ଆଜିର ଦିନ ଶୁଭ ଫଳଦାୟୀ ରହିବ। ଆଜି ଭାଗ୍ୟ ଆପଣଙ୍କୁ ସାଥ୍ ଦେବ। ଆର୍ଥିକ ରୂପରେ ଆପଣଙ୍କୁ ଫାଇଦା ମିଳିବ। ଶାରୀରିକ ଏବଂ ମାନସିକ ସ୍ତରରେ ପ୍ରଫୁଲ୍ଲିତ ରହିବେ।
ମକର: ଆଜି ଅତ୍ୟଧିକ କ୍ରୋଧ ରହିବ। ବିବାଦଠାରୁ ଦୂରେଇ ରୁହନ୍ତୁ। ମନରେ ଚିନ୍ତା ରହିପାରେ। ପାରିବାରିକ ପରିବେଶ ସୁଖଦ ଏବଂ ଶାନ୍ତ ରହିବ।
କୁମ୍ଭ: ଆଜିର ଦିନ ଲାଭଦାୟକ ହେବ। ସାମାଜିକ କ୍ଷେତ୍ରରେ ଅଧିକ ସକ୍ରିୟ ରହିବେ। ଏହାର ଫଳସ୍ୱରୂପ ମାନ, ସମ୍ମାନ ମଧ୍ୟ ବୃଦ୍ଧି ପାଇବ।
ମୀନ: ଆଜି ଚାକିରିଆ ଲୋକଙ୍କ କାର୍ଯ୍ୟ ଠିକ୍ ସମୟରେ ଶେଷ ହେବ। ଯଦିଓ କାର୍ଯ୍ୟର ଅତିରିକ୍ତ ଭାର ଆପଣଙ୍କ ପାଖରେ ରହିବ। ବାପାଙ୍କଠାରୁ ଆର୍ଥିକ ଲାଭ ପାଇବେ।