କଣ ପରିନିତିଙ୍କ ବାହାଘର ପାଇଁ ଆଜି ଭାରତ ଆସିଲେ ପ୍ରିୟଙ୍କା ଚୋପ୍ରା ?
ବହୁତ ଦିନ ପରେ ଘରକୁ ଫେରିଲେ ପ୍ରିୟଙ୍କା ଚୋପ୍ରା । ସ୍ୱାମୀ ନିକ୍ ଜୋନାସ ଓ ଝିଅ ‘ମାଲଟି ମେରି’ ବି ସାଙ୍ଗରେ ନାଜ଼ାର ଆସିଛନ୍ତି । ପ୍ରଥମ ଥର ପାଇଁ ତାଙ୍କ ଝିଅ ଭାରତ ଆସିଛି । ମୁମ୍ବାଇ ବିମାନ ବନ୍ଦରରେ ଆଜି ସେମାନେ ଓହ୍ଲାଇବା ପରେ ଘର ବାହୁଡ଼ାର ଖୁସି ଝଲସି ଉଠୁଥିଲା ତାଙ୍କ ମୁହଁରେ । ଗତ ବର୍ଷ ଜାନୁଆରୀରେ ତାଙ୍କର ଝିଅ ଜନ୍ମ ହୋଇଥିଲା । ତେବେ ଝିଅ ମାଲଟି ମେରି ସରୋଗେସୀରେ ଜନ୍ମ ଗ୍ରହଣ କରିଥିବା ସୂଚନା ବିରହିଛି ।
ତେବେ ଏସବୁ ଭିତରେ ଅନେକ ପ୍ରଶ୍ନ କଣ ପରିଣିତିଙ୍କ ବାହାଘର ପାଇଁ ପ୍ରିୟଙ୍କା ଆସିଛନ୍ତି କି ? ପ୍ରିୟଙ୍କା ଏହାର କୌଣସି ଉତ୍ତର ଦେଇ ନଥିଲେ । ସୂଚନା ଥାଉ କି ପ୍ରିୟଙ୍କାଙ୍କ ସମ୍ପର୍କୀୟ ଭଉଣୀ ପରିନିତିଙ୍କର ରାଜନେତା ରାଘବ ଚଢାଙ୍କ ସହ ପ୍ରେମ ସମ୍ପର୍କ ରହିଛି । ଦୁହେଁ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଏମିତିକି ସେମାନଙ୍କର ନିର୍ବନ୍ଧ ହୋଇ ସାରିଥିବା ଚର୍ଚ୍ଚା ଚାଲିଛି । ଏହି ଚର୍ଚ୍ଚା ଭିତରେ ଗାୟକ ହାର୍ଡି ସାନ୍ଧୁ ସ୍ପଷ୍ଟ କରି ସାରିଲେଣି ଯେ ପରିଣିତି ଏବଂ ଆପ୍ ନେତା ରାଘବ ବାହା ହେବାକୁ ଯାଉଛନ୍ତି । ଅବଶ୍ୟ ଉଭୟ ଏ ବିଷୟରେ ସ୍ପଷ୍ଟ କରି ନାହାନ୍ତି । ରାଘବ କେବଳ କହିଛନ୍ତି ଯେ ଯେତେବେଳେ ଏହା ହେବ ମୁଁ ସମସ୍ତଙ୍କୁ ଜଣାଇବି ।