କ’ଣ କହୁଛି ଆପଣଙ୍କ ରାଶି |
ମେଷ: ଆଜି ଆର୍ଥିକ ସ୍ଥିତି ଏବଂ ଏହାସହ ଜଡିତ ସମସ୍ୟା ଚିନ୍ତାର କାରଣ ହୋଇପାରେ। ଆଜି ଜୀବନସାଥୀଙ୍କର ପୂର୍ଣ୍ଣ ସମର୍ଥନ ପାଇବେ।
ବୃଷ: ଆଜିର ଦିନ ଆପଣଙ୍କ ପାଇଁ ଉତ୍ଥାନ-ପତନରେ ଭରି ରହିବ। ଦ୍ୱିପ୍ରହର ପର୍ଯ୍ୟନ୍ତ ଖର୍ଚ୍ଚ ବୃଦ୍ଧି ପାଇବ, କିନ୍ତୁ ଏହା ପରେ ସ୍ଥିତି ବଦଳିବ ଏବଂ ଖର୍ଚ୍ଚ ହ୍ରାସ ପାଇବ।
ମିଥୁନ: ଆଜି ଆପଣ ପୂଜାପାଠରେ ଧ୍ୟାନ ଦେବେ। ଟଙ୍କା ଲେଣଦେଣରେ ଆପଣଙ୍କୁ ସାବଧାନ ରହିବା ଉଚିତ୍। କର୍ମକ୍ଷେତ୍ରରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ।
କର୍କଟ: ଆଜି ଆପଣଙ୍କୁ କିଛି ବାଧାବିଘ୍ନର ସାମ୍ନା କରିବାକୁ ପଡ଼ିପାରେ। ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ସହିତ ନୂତନ ସମ୍ପର୍କ ସ୍ଥାପନ ହେବ। ବ୍ୟକ୍ତିଗତ ସମ୍ପର୍କରେ ମଧୁରତା ଆସିବ।
ସିଂହ: ଆଜିର ଆପଣଙ୍କ ପାଇଁ ଟିକିଏ ଦୁର୍ବଳ ରହିବ। ଆଜି ଆପଣଙ୍କୁ ଜ୍ୱର ଆସିବାର ସମ୍ଭାବନା ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପ୍ରେମ ଜୀବନରେ ମଧ୍ୟ ଖୁସିର ମୁହୂର୍ତ୍ତ ଆସିବ।
କନ୍ୟା: ଆଜି ଆପଣଙ୍କୁ କ୍ୟାରିଅରରେ ଆଗକୁ ବଢ଼ିବାର ମଉକା ମିଳିବ। ଯଦି ଆପଣ କିଛି ଖାସ୍ କାମ କରିବାକୁ ଭାବୁଛନ୍ତି, ତା’ ହେଲେ ଆଜିର ଦିନ ଶୁଭ ହେବ।
ତୁଳା: ଆଜି ଆପଣଙ୍କ ପାଇଁ ସ୍ଥିତି ସକାରାତ୍ମକ ରହିବ ନାହିଁ। ଶକ୍ତିର ଅଭାବ ରହିବ। ପ୍ରେମ ସମ୍ବନ୍ଧରେ ଆପଣ ଭାଗ୍ୟବାନ ହେବେ। ଜୀବନସାଥୀଙ୍କ ସହ ମତାନ୍ତର ହୋଇପାରେ।
ବିଛା: ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ। ଆଜି ଆପଣଙ୍କ ଆୟ ଖୁବ୍ ହେବ। ଖର୍ଚ୍ଚ କମିବ। ଏହା ସତ୍ତ୍ୱେ ଆପଣଙ୍କୁ ନିଜ ଶତ୍ରୁମାନଙ୍କଠାରୁ ସାବଧାନ ରହିବାକୁ ହେବ।
ଧନୁ: ଆଜି ଆପଣ ପୂରା ଦିନ ସତେଜ ଅନୁଭବ କରିବେ। ଆପଣଙ୍କ ଆଖପାଖରେ ସକାରାତ୍ମକ ଶକ୍ତି ରହିବ। ଲୋକମାନେ ଆପଣଙ୍କୁ ନେଇ ପ୍ରସନ୍ନ ରହିବେ।
ମକର: ଜଟିଳ ସମସ୍ୟାର ସମାଧାନ ପାଇବେ। ମନରେ କିଛି ଚିନ୍ତା ରହିବ। ସନ୍ତାନର ଦାବି ଦ୍ୱାରା ସମସ୍ୟାରେ ପଡ଼ିବେ। ନିଜର ଆତ୍ମବିଶ୍ୱାସକୁ କମ୍ ହେବାକୁ ଦିଅନ୍ତୁ ନାହିଁ।
କୁମ୍ଭ: ଆଜିର ଦିନ ଆପଣଙ୍କ ପାଇଁ ସ୍ୱାଭାବିକ ହେବ। ଆଜି ଆପଣ ନିଜର ଅନେକ କାର୍ଯ୍ୟକୁ ସଫଳ କରିବାରେ ସକ୍ଷମ ହେବେ। ସ୍ୱାସ୍ଥ୍ୟ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦିଅନ୍ତୁ।
ମୀନ: ଆଜି ଆପଣ ନିଜର କିଛି କଥା ଖୋଲାଖୋଲି ଭାବେ ଅନ୍ୟମାନଙ୍କ ସାମ୍ନାରେ ରଖିବାକୁ ସକ୍ଷମ ହେବେ। ଆପଣ ନିଜ ଜୀବନରେ ଉନ୍ନତି କରିବେ।