କଟକ ସହର ର ଉନ୍ନତି ମୁଳକ ପ୍ରକଳ୍ପ କୁ ନେଇ ମୁହାଁମୁହିଁ ଅବସ୍ଥାକୁ ଆସିଛନ୍ତି ଦୁଇ ନେତା ।

ସିଏମସି ମେୟର ଓ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ମଧ୍ୟରେ ଆରମ୍ଭ ହୋଇଛି ବାକ୍ୟ ଯୁଦ୍ଧ ।  ପ୍ରାୟ ଶହେ କୋଟି ଟଙ୍କାର ବ୍ୟୟ ଅଟକଳରେ ସହରରେ ଆରମ୍ଭ ହେବାକୁ ଥିବା ଉନ୍ନତି ମୁଳକ ପ୍ରକଳ୍ପକୁ ଟେଣ୍ଡର ବଦଳରେ କର୍ପୋରୋସନ ଜରିଆରେ କରାଯାଉଥିବାରୁ ଏହାକୁ ନେଇ ମୁହାଁମୁହିଁ ଅବସ୍ଥାକୁ ଆସିଛନ୍ତି ଏହି ଦୁଇ ନେତା । ବିଶେଷ କରି ଏହି ପ୍ରକଳ୍ପଗୁଡ଼ିକର ଯଥାର୍ଥତା ବାବଦରେ ମୁଖ୍ୟ ଶାସନ ସଚିବଙ୍କୁ ମୋକିମ ଚିଠି ଲେଖିବା ପରେ ଉଭୟଙ୍କ ଭିତାରେ ତିକ୍ତତା ବୃଦ୍ଧି ପାଇଛି । ସମସ୍ତ କାର୍ଯ୍ୟ କେନ୍ଦ୍ର ଓ ରାଜ୍ୟ ସରକାରୀ ନିୟନ୍ତ୍ରଣାଧିନ ସଂସ୍ଥା ଗୁଡ଼ିକ ଦ୍ବାରା କରାଯାଉଛି ।  ତେଣୁ ପ୍ରକଳ୍ପ କାର୍ଯ୍ୟରେ ସ୍ବଚ୍ଛତା ଅବମ୍ବନ କରାଯାଉଥିବା କହିବା ସହ ଟେଣ୍ଡର ହୋଇଥିଲେ ବିଧାୟକଙ୍କ ଲୋକ କାମ ହାତେଇ ଥାନ୍ତେ ଏବଂ ଠିକାଦାରମାନେ ବିଧାୟକଙ୍କୁ ଲୁଚାଛପାରେ ଭେଟିଥାନ୍ତେ ବୋଲି ଅଭିଯୋଗ କରିଛନ୍ତି । ସେପଟେ ଏହାର ଜବାବ ରଖି ମହମ୍ମଦ ମୋକିମ କହିଛନ୍ତି ମନ୍ଦୀର ରେ କିଏ ନାଁ ମୁଁ କଦଳୀ ଖାଇନି । ଦୁର୍ନିତି କରିବା ପାଇଁ ହିଁ ଟେଣ୍ଡର ବଦଳରେ କର୍ପୋରସନଗୁଡ଼ିକ ଦ୍ବାରା କାମ କରାଉଛି । ଏବଂ ଏହି ଦୁର୍ନିତିରେ ମେୟରଙ୍କ ପିସି ବା କମିସନ ସାମିଲ ଥିବା ଅଭିଯୋଗ କରିଛନ୍ତି ମୋକିମ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp