କଂଗ୍ରେସ କୁ ବଡ ଝଟକା ,ହାତ ଛାଡି ଶଙ୍ଖ ଧରିଲେ ମହେନ୍ଦ୍ର ନାୟକ

ହାତ ଛାଡି ଶଙ୍ଖ ଧରିଲେ ଝାରସୁଗୁଡା ର ପୂର୍ବତନ ବିଧାୟକ ମହେନ୍ଦ୍ର ନାୟକ | ଆଜି ବିଜେଡି କାର୍ଯ୍ୟାଳୟରେ ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡି ରେ ମିଶିଲେ ମହେନ୍ଦ୍ର ନାୟକ | ସେ 20ସାଧାରଣ ନିର୍ବାଚନ ର କଂଗ୍ରେସ ବିଧାୟକ ପ୍ରାର୍ଥୀ ଥିଲେ | ଉପନିର୍ବାଚନ ଆଉ କିଛି ଦିନ ବାକି ଥିବା ବେଳେ ମହେନ୍ଦ୍ର କଂଗ୍ରେସ ଛାଡି ବିଜେଡି ରେ ଯୋଗ ଦେଇ ଛନ୍ତି | 2019 ସାଧାରଣ ନିର୍ବାଚନ ରେ କଂଗେସ ରୁ ପ୍ରାଥୀ ହୋଇ ୨୮୮୨୩ ଖଣ୍ଡ ଭୋଟ ପାଇଥିଲେ | ଅଖିଳ ଭାରତୀୟ ଗଣ୍ଡ ମହାସଭାର ସଭାପତି ମହେନ୍ଦ୍ର ନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିକାଶ ଧାରାକୁ ଆଗକୁ ନେବା ପାଇଁ ବିଜେଡିରେ ସାମିଲ ହେଲେ ବୋଲି କହିଛନ୍ତି ।ଏହାସହ ଝାରସୁଗୁଡା ଓ ବଲାଙ୍ଗୀର ଜିଲ୍ଲାର ବହୁ କର୍ମକର୍ତ୍ତା ବିଜେଡିରେ ସାମିଲ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp