କଂଗ୍ରେସର ରଣହୁଙ୍କାର ।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ରାଜଘାଟରେ ‘ସଙ୍କଲପ ସତ୍ୟଗ୍ରାହ’କୁ ସମ୍ବୋଧିତ କରିଥିଲେ। ସେ କହିଛନ୍ତି, ‘ଯଦି କେହି ଆମକୁ ଭୟଭୀତ କରିବାକୁ ଚେଷ୍ଟା କରନ୍ତି, ଆମ ସତ୍ୟ କହିବା ବନ୍ଦ କରନ୍ତି, ତେବେ ଆମେ ଦେଶ, ଗଣତନ୍ତ୍ର ଏବଂ ବକ୍ତବ୍ୟର ସ୍ୱାଧୀନତା ରକ୍ଷା ପାଇଁ ସଂଗ୍ରାମ ଜାରି ରଖିବୁ। ତେବେ ରାହୁଲ ଗାନ୍ଧୀଙ୍କ ସଂସଦ ପଦ ରଦ୍ଧ ହେବା ପରେ ଗର୍ଜୁଛନ୍ତି କଂଗ୍ରେସ କର୍ମୀ । ଦିଲ୍ଲୀର ରାଜ ଘାଟରେ ଦିନିକିଆ ସଂକଳ୍ପ ସତ୍ୟାଗ୍ରହ ମଧ୍ୟ କରିଥିବା ଦେଖିବାକୁ ମିଳିଛି । ଏହି ସଂକଳ୍ପ ସତ୍ୟାଗ୍ରହ ଆଜି ଦିନ 10 ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ଜାରି ରହିବ ବୋଲି କୁହାଯାଉଛି । ସେପଟେ ରାହୁଲ ଗାନ୍ଧୀ ଏକ ବଡ଼ ଆକ୍ସନ ନେଇଛନ୍ତି । ଟ୍ୱିଟରରେ ନିଜ ପ୍ରୋଫାଇଲ ବାୟୋ ବଦଳାଇ ଦେଇଛନ୍ତି ରାହୁଲ । ଏବେ ରାହୁଲ ନିଜ ବାୟୋରେ ‘ଡିସକ୍ୱାଲିଫାଏ ଏମ୍ପି’ ବା ‘ଅଯୋଗ୍ୟ ସାଂସଦ’ ଲେଖିଛନ୍ତି । ୪ ବର୍ଷ ତଳରେ ବିବାଦୀୟ ବୟାନ ଦେଇଥିବା ରାହୁଲଙ୍କୁ ଗୁରୁବାର ସୁରତ ସେସନ୍ସ କୋର୍ଟ ୨ ବର୍ଷର ଜେଲ ଦଣ୍ଡାଦେଶ ଦେଇଥିଲେ । ଯଦିଓ ତାଙ୍କୁତୁରନ୍ତ ଏହି ମାମଲାରେ ଜାମିନ୍ ମିଳିଥିଲା, କିନ୍ତୁ ପରଦିନ ତାଙ୍କ ସାଂସଦ ପଦ ରଦ୍ଧ କରାଯାଇଥିଲା । ଯାହାକୁ ନେଇ ପୂରା କଂଗ୍ରେସ କେନ୍ଦ୍ର ସରକାର ବିରୋଧରେ ହଲ୍ଲାବୋଲ ଡାକରା ଦେଇଛି । କୋର୍ଟଙ୍କ ଦ୍ୱାରା ଦଣ୍ଡ ପାଇବା ପରେ କଂଗ୍ରେସ ତା’ର ଅଫିସିଆଲ୍ ଟ୍ୱିଟର୍ ଫ୍ରୋଫାଇଲ୍ ବଦଳାଇଥିଲା । ପ୍ରୋଫାଇଲରେ ‘ଡରୋ ମତ୍’ ବା ଡର ନାହିଁ ବୋଲି ଦର୍ଶାଇଛି କଂଗ୍ରେସ । କିଛି କଂଗ୍ରେସ ନେତା ମଧ୍ୟ ‘ଡରୋ ମତ୍’ ପ୍ରୋଫାଇଲ ଫଟୋ ରଖିଛନ୍ତି । ତେବେ ଏହି ଆନ୍ଦୋଳନ ତୀବ୍ର ରୂପ ନେଉଥିବା ବେଳେ ଆଗକୁ ଏହି ଘଟଣା କଣ ହେବ ତାହା ଉପରେ ରହିଛି ସାରା ଦେଶ ବାସୀଙ୍କ ନଜର । ତେବେ ଯାହା ଦଳରୁ ସୂଚନା ମିଳୁଛି ସୋମବାର ଜୋରଦାର ବିରୋଧ କରାଯିବ ଯାହାକୁ ନେଇ ଏବେ ଠୁ ରଣନୀତି ପ୍ରସ୍ତୁତ ହେଉଛି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp