ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ |
ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଥିପାଇଁ ତାପୂର୍ବରୁ ମାନେ ଆଜି ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଇଛି । ରାଷ୍ଟ୍ରପତି ଲିଙ୍ଗରାଜ ମନ୍ଦିର ଯାଉଥିବାରୁ ଆଜି ସେଠାରେ ସୁରକ୍ଷାର ଯାଞ୍ଚ କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ଆସନ୍ତାକାଲି କାରକେଡ୍ ରିହରସଲ୍ କରାଯିବ । ମହାମହିମଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ ହେଲାଣି ଓଡ଼ିଶା । ୧୦ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚି ଏୟାରପୋର୍ଟରୁ ଉତ୍କଳ ମଣ୍ଡପ ଓ ରମାଦେବୀ ବିଶ୍ୱବିଦ୍ୟାଳୟ ଯିବେ । ଏଥିପାଇଁ ଏୟାରପୋର୍ଟରୁ ଆରମ୍ଭ କରି ରମାଦେବୀ ବିଶ୍ୱବିଦ୍ୟାଳୟ କଡ଼ା ସୁରକ୍ଷା ବଳୟରେ ରହିବ ।
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ମୁତୟନ ହେବେ ୪୦ ପ୍ଲାଟୁନ୍ ଫୋର୍ସ । ସୁରକ୍ଷା ଦାୟିତ୍ୱରେ ରହିବେ ୨୦୦ରୁ ଅଧିକ ଅଫିସର । ସାଦା ପୋଷାକଧାରୀ ପୋଲିସ ଓ ରୁଫଟଫ୍ ସୁରକ୍ଷା କର୍ମୀ ମୁତୟନ କରାଯିବ । ୧୦ ତାରିଖରେ ଆର୍ଡି ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ୧୧ ତାରିଖରେ ଲିଙ୍ଗରାଜ ମନ୍ଦିର ଯିବେ । ପରେ କଟକ ସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ହେବାକୁ ଥିବା ଇଣ୍ଡିଆନ ରାଇସ୍ କଂଗ୍ରେସକୁ ଉଦଘାଟନ କରିବେ ରାଷ୍ଟ୍ରପତି । ୧୧ ତାରିଖରେ କଟକରୁ ଫେରି ଦିଲ୍ଲୀ ଅଭିମୁଖେ ଫେରିଯିବେ ।