ଏସିଆ ବିଶ୍ୱକପରୁ ବାଦ୍‌ ପଡିଲେ ରିଷଭ ପନ୍ତ |

WTC ପରେ ଏସିଆ କପ୍‌ ଏବଂ ବିଶ୍ୱକପରୁ ବାଦ୍‌ ପଡିପାରନ୍ତି ରିଷଭ ପନ୍ତ । ସୁସ୍ଥ ହେବାକୁ ଲାଗିବ ୮ରୁ ୧୦ ମାସ । ତେଣୁ ଏସବୁରୁ ନିଶ୍ଚିତ ଭାବେ ବାଦ୍‌ ପଡିବା ଅନୁମାନ କରାଯାଉଛି ।ଟିମ୍‌ ଇଣ୍ଡିଆର ଓ୍ଵିକେଟ କିପର ରିଷଭ ପନ୍ତ ଆହତଜନିତ ସମସ୍ୟା ଯୋଗୁଁ ଓ୍ଵାଲର୍ଡ ଟେଷ୍ଟ ଚାମ୍ପିଅନସିପରୁ ବାଦ୍‌ ପଡିଛନ୍ତି ।

ଖବର ମୁତାବକ, ରିଷଭଙ୍କ ସଂପୂର୍ଣ୍ଣ ଭାବେ ସୁସ୍ଥ ଜାନୁଆରୀ ୨୦୨୪ରେ ହେବେ । ତେଣୁ ୨୦୨୩ରେ ହେବାକୁ ଥିବା ଏସିଆ କପ୍‌ ଏବଂ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିବେ । ଏବେ ଓ୍ଵାଲର୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲରୁ ବାଦ୍‌ ପଡିଛନ୍ତି । ୭-୧୧ ଜୁନ ମଧ୍ୟରେ ଖେଳାଯିବ । ଏଥିପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରିସାରିଛି ବିସିସିଆଇ । ଆଉ ଏଥିରେ ରିଷଭଙ୍କ ନାଁ ହିଁ ନାହିଁ । ରିଷଭ ନିଜେ ବିନା କୌଣସି ସାହାରା ସଠିକ୍‌ ଭାବେ ଚାଲିବାକୁ ଆଉ କିଛି ସପ୍ତାହ ଲାଗିବ ।ଯଦି ରିଷଭ ୨୦୨୪ ଜାନୁଆରୀ ସୁଦ୍ଧା ସୁସ୍ଥ ହୋଇଯାଇନ୍ତି, ତେବେ ୨୦୨୪ ଆଇପିଏଲରେ ପ୍ରତ୍ୟାବର୍ତ୍ତନ କରିପାରନ୍ତି । ଏବେ ପନ୍ତ ବାଡି ସାହାଯ୍ୟରେ ଚାଲୁଛନ୍ତି । ତାଙ୍କୁ ଠିକ୍‌ ହେବା ପାଇଁ ୫-୬ ମାସ ଆଉ ଲାଗିବ ।

ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ୩୦ରେ ପନ୍ତ ଡେରାଡୁନ ଯିବା ବାଟରେ ଭୟଙ୍କର କାର୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହି ଦୁର୍ଘଟଣାରେ ପନ୍ତଙ୍କ କାର ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ପନ୍ତ ପାଖାପାଖି ୬ ସପ୍ତାହ ପର୍ଯ୍ୟନ୍ତ ମୁମ୍ବାଇର କୋକିଲାବେନ ହସପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ଆଣ୍ଠୁ ଲିଗାମେଣ୍ଟ ସର୍ଜରୀ ହୋଇଥିଲା । ତେବେ ତାଙ୍କ ଆହତ ସମସ୍ୟା ଗୁରୁତର ଥିବାରୁ ସେ ସେବେଠାରୁ ଚିକିତ୍ସିତ ହେଉଛନ୍ତି। ଆଜି ପନ୍ତ ପାଣି ଭିତରେ ଚାଲୁଥିବା ଭିଡିଓକୁ ସେୟାର କରିଥିବା ବେଳେ ଏହାପୂର୍ବରୁ ସେ ଚେସ୍ ଖେଳୁଥିବା ଫଟୋ ଅପଲୋଡ କରିଥିଲେ। ସେହିପରି ସେ ଖରାରେ ବସିବା ବେଳର ଫଟୋ ମଧ୍ୟ ପୋଷ୍ଟ କରିଥିଲେ। ଆହତ ସମସ୍ୟା ଯୋଗୁ ପନ୍ତ କ୍ରିକେଟରୁ ଦୂରେଇ ଯାଇଛନ୍ତି। ମ୍ୟାଚ୍ ଫିଟନେସ ପାଇଁ ତାଙ୍କୁ ଗୋଟିଏ ବର୍ଷ ସମୟ ଲାଗିବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp