ଏବେ ମୋବାଇଲରୁ କରନ୍ତୁ TV ଚ୍ୟାନେଲ ଚେଞ୍ଜ୍

ଯଦି ଆପଣଙ୍କ ରିମୋର୍ଟ ଖରାପ ହୋଇଯାଏ କିମ୍ବା ହଜିଯାଏ ତାହେଲେ ଟିଭି ଦେଖିବାରେ ବହୁତ ସମସ୍ୟା ହୋଇଥାଏ। କିନ୍ତୁ ଆପଣ ଯେପରି ଭାବେ ବ୍ୟସ୍ତ ହୁଅନ୍ତି ଏହା ସେତେ ବଡ ସମସ୍ୟା ନୁହେଁ। କାହିଁକିନା ଆପଣ ଟିଭିକୁ ରିମୋଟ ବିନା ମଧ୍ୟ ଅପରେଟ୍ କରିପାରିବେ। ଦେଶରେ ଦୀର୍ଘ ଦିନ ଧରି ଲୋକମାନଙ୍କ ମନୋରଞ୍ଜନ କରିଆସୁଛି ଟେଲିଭିଜନ୍‌ । କରୋନା ମହାମାରୀ ପାଇଁ ହୋଇଥିବା ଲକଡାଉନ କାରଣରୁ ଲୋକମାନେ ଟିଭିର ବ୍ୟବହାର ଅଧିକ କରିଛନ୍ତି। ଏହି ସମୟରେ ଲୋକମାନେ ମୁଭିଜ୍ ଏବଂ ୱେବ ସିରିଜକୁ ଟିଭିର ବଡ ସ୍କ୍ରୀନରେ ଦେଖି ମଜା ନେଉଥିଲେ। ଖାସ୍ କରି ଏଇଥି ପାଇଁ ଲୋକମାନେ ସ୍ମାର୍ଟଫୋନର ବ୍ୟବହାର ସହିତ ଟିଭିର ବଡ ସ୍କ୍ରୀନରେ ମୁଭିଜ୍ କିମ୍ବା ୱେବ ସିରିଜ୍ ଦେଖିବାକୁ ଖୁବ୍ ପସନ୍ଦ କରୁଛନ୍ତି। କିନ୍ତୁ ଟିଭି ପାଇଁ ସବୁଠାରୁ ଜରୁରୀ ଏହାର ରିମୋଟ। ଏହି ରିମୋଟ ଦ୍ୱାରା ଟିଭି ଠାରୁ ଦୂରରେ ବସି ମଧ୍ୟ ଟିଭିକୁ ଅପରେଟ୍ କରିହୁଏ। କିନ୍ତୁ ଥରେ ଭାବିଲେ ଯଦି ଟିଭିର ରିମୋର୍ଟ ନ ମିଳେ ଆଉ ଆପଣଙ୍କ ପ୍ରିୟ ପ୍ରୋଗ୍ରାମ ମିସ୍ ହୋଇଯାଏ ସେତେବେଳେ ଆପଣଙ୍କୁ କେମିତି ଫିଲ୍ ହୁଏ।

ଆମର ଏ କଥା ଶୁଣି ଆପଣ ଭାବୁଛନ୍ତି କି କେମିତି ଏମିତି ହୋଇପାରିବ? ତାହେଲେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆପଣ ଆପଣଙ୍କ ଆଣ୍ଡ୍ରଏଡ୍ ଟିଭିକୁ କିପରି ନିଜ ଆଣ୍ଡ୍ରଏଡ ସ୍ମାର୍ଟଫୋନ ଦ୍ୱାରା ନିୟନ୍ତ୍ରିତ କରିପାରିବେ। ତାହେଲେ ଆସନ୍ତୁ ଜାଣିବା କେମିତି ଆପଣ ମୋବାଇଲ ଦ୍ୱାରା ନିଜ ଟିଭିକୁ ବିନା ରିମୋର୍ଟରେ ଚଲାଇପାରିବେ। ଏଥିପାଇଁ କେବଳ ଆପଣଙ୍କୁ ଗୁଗଲ ଟିଭିର ସାହାଯ୍ୟ ନେବାକୁ ହେବ ଏବଂ ଏହାପରେ ଆପଣଙ୍କ ସ୍ମାର୍ଟଫୋନ, ଟିଭିର ରିମୋଟ ଭାବେ କାମ କରିବ। ସର୍ଚ୍ଚ ଇଞ୍ଜିନ୍ ଗୁଗଲ ରିମାଟକୁ ନିଜର ଗୁଗଲ ଟିଭି ଆପ୍ ସହ ମିଶାଇ ଦେଇଛି। ଏଥିରେ ପୂର୍ବରୁ ଗୁଗଲ ପ୍ଲେ ମୁଭିଜ୍ ଏବଂ ଟିଭି ନାମରେ ଜଣାଯାଉଥିଲା। ଧ୍ୟାନ ରଖନ୍ତୁ ଯେ ଆପଣଙ୍କ ଫୋନ ଆଣ୍ଡ୍ରଏଡ୍ ୪.୩ କିମ୍ବା ଏହାର ପରବର୍ତ୍ତୀ ଭର୍ସନ ହୋଇଥିବ। ସ୍ମାର୍ଟ ଆଣ୍ଡ୍ରଏଡ୍ ଟିଭି ପାଇଁ ଗୁଗଲ ଟିଭି ରିମୋଟ କଣ୍ଟ୍ରୋଲ ଆପର ଉପଯୋଗ କରିବା ପାଇଁ ଆପଣଙ୍କୁ ପ୍ରଥମେ ନିଜ ଆଣ୍ଡ୍ରଏଡ ଫୋନରେ ଗୁଗଲ ଟିଭି ଆପ୍ ଓପନ କରିବାକୁ ହେବ। ଏଠାରେ ସବୁଠାରୁ ତଳେ ଥିବା ଟିଭି ରିମୋର୍ଟ ବିକଳ୍ପ ଉପରେ ଟ୍ୟାପ୍ କରନ୍ତୁ। ଏହାପରେ ଆପଣଙ୍କୁ ଡିଭାଇସେସ୍ ପାଇଁ ସ୍କାନିଙ୍ଗ ଅପସନ୍ ଉପରେ ଟ୍ୟାପ୍ କରିବାକୁ ହେବ। ଏବେ ଆପଣଙ୍କ ଉପକରଣ ସ୍କାନ ସୂଚିରେ ଦେଖାଯିବ, ଯାହାକୁ ଆପଣଙ୍କୁ ବାଛିବାକୁ ପଡିବ। ଏବେ ଆପଣଙ୍କୁ ଆଣ୍ଡ୍ରଏଡ ଟିଭି ଓପନ କରିବା ପରେ ୬ ଅଙ୍କ ବିଶିଷ୍ଟ କୋଡକୁ ନୋଟ କରିବାକୁ ହେବ। ଏହାପରେ ଗୁଗଲ ଟିଭି ଆପରେ ସେହି କୋଡକୁ ଏଣ୍ଟର କରିଦିଅନ୍ତୁ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp