ଏବେ ଟ୍ରେନରେ ମାଗଣାରେ ଉପଲବ୍ଧ ହେବ ଖାଦ୍ୟ
ଯଦି ଆପଣ ଟ୍ରେନରେ ଯାତ୍ରା କରୁଥାନ୍ତି ତାହେଲେ ଏହାକୁ ଶୁଣିଲେ ଆପଣ ଏକଦମ୍ ଖୁସି ହୋଇଯିବେ। ଆଉ ଆପଣଙ୍କୁ ମଧ୍ୟ ଟ୍ରେନରେ ଯାତ୍ରା କରିବା ସମୟରେ ମାଗଣାରେ ଏହା ସବୁ ମିଳିପାରିବ । ନୂଆ ନିୟମ ଅନୁଯାୟୀ ଟ୍ରେନରେ ଯାତ୍ରା କରିବା ସମୟରେ ଆପଣଙ୍କୁ ଖାଦ୍ୟ ପାଇଁ ଟଙ୍କା ଦେବାକୁ ପଡିବନାହିଁ । ରେଲୱେ ପକ୍ଷରୁ ଯାତ୍ରୀଙ୍କ ସୁବିଧା ପାଇଁ ଅନେକ ସର୍ଭିସ ଦିଆଯାଇଥାଏ । କିନ୍ତୁ ଏଥର ଆମେ ଏମିତି କିଛି ସୁବିଧା ବିଷୟରେ ଜାଣିବା ଯାହାର ଫାଇଦା ଆପଣ ସବୁବେଳେ ଉଠାଇପାରନ୍ତିନାହିଁ ।
ଆସନ୍ତୁ ଜାଣିବା କେବେ ଉଠାଇପାରିବେ ଆପଣ ଏହାର ଲାଭ?
ଯଦି ଆଇଆରସିଟିସି ନିୟମ ଅନୁସାରେ ଯାତ୍ରୀଙ୍କୁ ମାଗଣାରେ ମିଲ ସୁବିଧା ଦିଆଯାଇଥାଏ । ଏହି ସୁବିଧା ଆପଣଙ୍କୁ ସେତେବେଳେ ମିଳିବ ଯେତେବେଳେ ଆପଣଙ୍କ ଟ୍ରେନ ୨ ଘଣ୍ଟା କିମ୍ବା ତାହାଠାରୁ ଅଧିକ ବିଳମ୍ବରେ ଥିବ । ଏହି ସୁବିଧାର ଫାଇଦା ଏକ୍ସପ୍ରେସ ଟ୍ରେନର ଯାତ୍ରୀ ହିଁ ଉଠାଇପାରନ୍ତି । ଏହି ଖବର ଶତାବ୍ଦୀ, ରାଜଧାନୀ ଏବଂ ଦୂୂରନ୍ତୋ ଭଳି ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ବହୁତ ବଢ଼ିଆ ପ୍ରମାଣିତ ହୋଇପାରେ ।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଟ୍ରେନରେ ଦିଆଯାଉଥିବା ଟିଫିନରେ ଚା-କଫି ଏବଂ ବିସ୍କୁଟ ମିଳିଥାଏ । ସନ୍ଧ୍ୟାରେ ଚା ଏବଂ କଫି କିମ୍ବା ୪ଟି ବ୍ରେଡ ସ୍ଲାଇସ, ତାସହିତ ଏକ ବଟର ଚିପଲେଟ ଦିଆଯାଇଥାଏ । ଏହାବ୍ୟତୀତ ଦ୍ୱିପହରରେ ଯାତ୍ରୀଙ୍କୁ ରୁଟି, ଡାଲି ଏବଂ ପରିବା ଆଦି ମାଗଣାରେ ମିଳିଥାଏ । ଯଦି ଆପଣଙ୍କ ଟ୍ରେନ ୨ ଘଣ୍ଟା କିମ୍ବା ଏହାଠାରୁ ଅଧିକ ବିଳମ୍ବରେ ଚାଲୁଥାଏ ତାହେଲେ ଆପଣ ନିୟମାନୁସାରେ ଖାଦ୍ୟ ମଗାଇ ଖାଇପାରିବେ ।