ଏନେଇ DN ଗ୍ରୁପ୍‌ରୁ ସେତେ ମିଳୁଛି |

ଡିଏନ୍ ଗ୍ରୁପ୍ ମୁଖ୍ୟ ଜଗଦୀଶ ନାୟକଙ୍କୁ ଆୟକର ବିଭାଗର ଟିମ୍‌ ପଚରାଉଚରା କରିଛନ୍ତି। ଲଗାତାର ୪ ଦିନ ଧରି ଡିଏନ୍ ଗ୍ରୁପ୍‌ ଉପରେ ଚଢ଼ାଉ ଓ ତଦନ୍ତ ପରେ ଆଜି ମାଲିକଙ୍କୁ ପଚରାଉଚରା କରିଛି ଆୟକର ବିଭାଗର ଟିମ୍‌। ଭୁବନେଶ୍ୱର ଆଇଆରସି ଭିଲେଜ ମୁଖ୍ୟ କାର୍ଯ୍ୟାଳୟରେ ପଚରାଉଚରା କରାଯାଇଛି। ଆଜି ରେଡ୍ ପରେ ଆହୁରି ଅଢ଼େଇ କୋଟି ଟଙ୍କା ମିଳିଛି। ଏହାକୁ ମିଶାଇ ୩୨ କୋଟିରୁ ଅଧିକ ଟଙ୍କା ମିଳି ସାରିଲାଣି।

ଏତେ ପରିମାଣର କ୍ୟାସ୍ କେଉଁଠୁ ଆସିଲା ? ଟଙ୍କାର ଉତ୍ସ କ’ଣ ? ଏସବୁ ଦିଗକୁ ନେଇ ଏବେ ପଚରାଉଚରା ଚାଲିଛି। ଆୟକର ଫାଙ୍କିବା ଅଭିଯୋଗରେ ଡିଏନ୍ ଗ୍ରୁପ୍‌ରେ ଚଢାଉ ଜାରି ରହିଛି।ଏହାସହ ଚଢ଼ାଉ ବେଳେ ମିଳିଥିବା ପେନ୍‌ଡ୍ରାଇଭ, କମ୍ପ୍ୟୁଟର ହାର୍ଡ ଡିସ୍କର ଯାଞ୍ଚ କରାଯାଉଛି। ଭୁବନେଶ୍ୱରରୀ ବିଭିନ୍ନ ସ୍ଥାନରେ ଜମି ହାତେଇବା ପ୍ରସଙ୍ଗରେ ମଧ୍ୟ ପଚରା ଉଚରା କରାଯାଉଛି। ଖବର ଲେଖାଯିବା ସୁଦ୍ଧା ଏନେଇ DN ଗ୍ରୁପ୍‌ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp