ଏଥର ବିଜେପିକୁ ହରାଇବା ସହଜ ନୁହେଁ ।
ବିଜେଡି ଉପନିର୍ବାଚନ ପାଇଁ ନବ ଦାସଙ୍କ ଝିଅକୁ ଟିକେଟ ଦେଲା । ବିଜେଡି ପ୍ରାର୍ଥୀ ଘୋଷଣା କଲା । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ବି ନୀରବ ରହିଛନ୍ତି କଂଗ୍ରେସ ଆଉ ବିଜେପି । ଭିତରେ ଭିତରେ ରଣନୀତି ପ୍ରସ୍ତୁତ କରୁଛନ୍ତି କି ବିଜେପି କଂଗ୍ରେସ । ଦୀପାଳି ଙ୍କ ସହ ଟକ୍କର ଦେବା ଭଳି ପାର୍ଥୀ ଖୋଜୁଛନ୍ତି କି ବିଜେପି କଂଗ୍ରେସ ।
ଗୋଟେ ପଟେ ବିଜେଡି ତାର ଟ୍ରାକ ରୁ ଓହ୍ଲାଇ ଅନ୍ୟ ଫର୍ମୁଲା ଆପଣାଉ ନାହିଁ । କାରଣ ବିଜେଡି ଯେଉଁ ଟ୍ରାକ ରେ ଯାଉଛି ସବୁବେଳେ ବାଜି ମାରୁଛି । ଆଉ ବିଜେଡି କୁ ଯେତେବେଳେ ସଫଳତା ମିଳୁଛି ତେଣୁ ସେ ଆଉ କୌଣସି ପନ୍ଥା ଆପଣାଇବ କାହିଁକି ? କାରଣ ଜନତା କହୁଛନ୍ତି ବିଜେଡି କୋଳି ଖାଇ ମଞ୍ଜି ପୋତିଲା ଭଳି ଉପନିର୍ବାଚନ ମାନେ ସେହି ନେତାଙ୍କ ପରିବାରରୁ ବିଜେଡି ପ୍ରାର୍ଥୀ ଦେବ ଯିଏ ଆଗରୁ କ୍ଷମତାରେ ଥିଲେ କାରଣ ବିଜେଡି ଜାଣି ସାରିଛି ରାଜ୍ୟରେ ସିମ୍ପାଥି ଭୋଟର କମାଲ ସବୁଠୁ ଢେର୍ ଅଧିକ । ଆଉ ଏପଟେ ବିଜେପି ନୀରବ ରହିଛି ବିଜେପି କେବେ ହେଲେ ହାତରେ ହାତ ବାନ୍ଧି ଚୁପ୍ ବସିନଥିବ ଏ କଥା ଜନ ସାଧାରଣଙ୍କୁ ବେଶ୍ ଭଲ ଭାବରେ ଜଣା । ବିଜେପି ଭିତରେ ଭିତରେ ଏମିତି ରଣନୀତି ପ୍ରସ୍ତୁତ କରୁଥିବ ଯେମିତି ମାଇଦାନ କୁ ଉଲ୍କା ହୋଇ ଆସିବ ଆଉ ସମସ୍ତଙ୍କୁ ଚକିତ କରିଦେବ । କାରଣ ଉପନିର୍ବାଚନ ପୂର୍ବରୁ ବିଜେପି ଯଦିଓ ପାର୍ଥି ଏ ପର୍ଯ୍ୟନ୍ତ ଦେଇନି ହେଲେ ରଣନୀତି ପ୍ରସ୍ତୁତ କରୁନି ଏ କଥା ଭାବିବା ଭୁଲ । କାରଣ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କୋଟିଆ ଯାଇ ଯେଉଁ ରାଜନୀତି କରିଲେ ତାହାର ଢେର୍ ପ୍ରଭାବ କୁଆଡେ ଉପନିର୍ବାଚନରେ ପଡ଼ିବ ବୋଲି ଲୋକେ ଆଲୋଚନା କରୁଛନ୍ତି । ଆଉ ଏଥର ବିଜେପି ଉପନିର୍ବାଚନରେ ବାଜି ମାରିପାରେ ବୋଲି ଚର୍ଚ୍ଚା ହେଉଛି ।
ସେପଟେ କଂଗ୍ରେସ ମଧ୍ୟ ଏହି ରାଜନୀତି ଦୌଡ଼ରେ ନିହାତି ତକ୍କର ଦେବ କାରଣ ଶୁଣିବାକୁ ମିଳୁଛି ଏଥର କଂଗ୍ରେସ କୁଆଡେ ଲଢ଼ୁଆ ପାର୍ଥି ଦେଇ ଦଳକୁ ଜିତାଇବାକୁ ଶହେ ଶହେ ରେ ଚେଷ୍ଟା କରିବ ।