ଏଥର ଓସ୍କାର ଆୱାର୍ଡ କାର୍ଯ୍ୟକ୍ରମରେ ପ୍ରେଜେଣ୍ଟର ହେବେ ଦୀପିକା ପାଦୁକୋନ !

ଏଥର ଓସ୍କାର ଆୱାର୍ଡ କାର୍ଯ୍ୟକ୍ରମରେ ପ୍ରେଜେଣ୍ଟର ହେବେ ଦୀପିକା ପାଦୁକୋନ ! ଓସ୍କାରର ସେଲିବ୍ରେଟି ପ୍ରେଜେଣ୍ଟର ତାଲିକାରେ ଦୀପିକାଙ୍କ ନାଁ ସାମିଲ ହୋଇଛି । ଦୀପିକାଙ୍କ ସାଙ୍ଗରେ ହଲିଉଡର ନାମିଦାମି ସେଲିବ୍ରେଟି ମଧ୍ୟ ଏହି ଲିଷ୍ଟରେ ସାମିଲ ଅଛନ୍ତି । ତେବେ ଏହି ଖବର ନିଜେ ଦୀପିକା ପୋଷ୍ଟ ମାଧ୍ୟମରେ ଜଣାଇବା ପରେ ଏବେ ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ସେହିପରି ଦୀପିକାଙ୍କ ଫ୍ୟାନମାନେ ଏହି ଅବସରରେ ସୋସିଆଲ ମିଡିଆରେ ନିଜ ପ୍ରିୟ ଅଭିନେତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଓସ୍କାର ଆୱାର୍ଡ ଉତ୍ସବରେ ବହୁଭାଷୀ ଆରଆର ଫିଲ୍ମର ନାଟୁ ନାଟୁ ଗୀତର ଲାଇଭ ନୃତ୍ୟ ହେବା ନେଇ ପୂର୍ବରୁ ଘୋଷଣା କରାଯାଇଛି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp