ଉତ୍ତର ଭାରତରେ ବର୍ଷା ବିତ୍ପାତ; ମୃତ୍ୟୁସଂଖ୍ୟା ୯୧କୁ ବୃଦ୍ଧି |
ପ୍ରକୃତିର କରୁଣ ତାଣ୍ଡବ ,ନେଉଛି ଗୋଟାଏ ପରେ ଗୋଟାଏ ଜୀବନ , ଉତ୍ତର ଭାରତରେ ବର୍ଷା ବିତ୍ପାତ । ଉବୁଟୁବୁ ହେଉଛି ଏକାଧିକ ରାଜ୍ୟ । ପାହାଡ଼ିଆ ଅଂଚଳରେ ଜଳ ପ୍ରଳୟର ବିକଟାଳ ଚିତ୍ର । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଜାମ୍ମୁ-କାଶ୍ମୀର, ହରିୟାଣାରେ ତାଣ୍ଡବ ରଚିଛି ଏହି ବର୍ଷା ।ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ୯୧ ବର୍ଷା ବିତ୍ପାତରେ ୯୧ ଜଣଙ୍କର ମୃତ୍ୟୁ ହୋଇଛି । ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ଦିଲ୍ଲୀରେ ମଧ୍ୟ ବର୍ଷା ପାଇଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଦିଲ୍ଲୀରେ ଯମୁନାର ଜଳସ୍ତର ଧିରେ ଧିରେ ବଢିବାରେ ଲାଗିଛି । ବିପଦ ସଂକେତର ୧. ୩ମିଟର ଉପରେ ପ୍ରବାହିତ ହେଉଛି ଯମୁନା । ଦିଲ୍ଲୀରେ ଯମୁନାର ଜଳସ୍ତର ୨୦୭. ୦୮ ମିଟର ରହିଛି ।
୧୯୭୮ ପରେ ଯମୁନା ନଦୀରେ ଜଳସ୍ତର ଉପରକୁ ଆସିବା ଏହା ସର୍ବାଧିକ । ସ୍ଥିତିକୁ ନେଇ ଦିଲ୍ଲୀରେ ଓଖଲା ବ୍ୟାରେଜର ସମସ୍ତ ଗେଟକୁ ଖୋଲି ଦିଆଯାଇଛି । ପୁରୁଣା ଦିଲ୍ଲୀ ରେଲୱେ ବ୍ରିଜ୍ ଉପରେ ଆଜି ସକାଳେ ଜଳସ୍ତର ୨୦୭ ମିଟର ପାର କରିଛି । ହରିୟାଣାର ହଥିନୀକୁଣ୍ଡରୁ ୩ ଲକ୍ଷ କ୍ୟୁସେକ୍ ପାଣି ଛଡାଯିବାରୁ ଯମୁନାର ଜଳସ୍ତର ବଢ଼ିଚାଲିଛି।କୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଲାଗି ୪୫ଟି ଡଙ୍ଗା ସହ ଉଦ୍ଧାରକାରୀ ଦଳ ନିୟୋଜିତ କରାଯାଇଛି ।