ଉଚ୍ଚଶିକ୍ଷା ବିଭାଗ ର କଡା ନିର୍ଦ୍ଦେଶ , ରାଜ୍ୟର ୨୨୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ
ଉଚ୍ଚଶିକ୍ଷା ବିଭାଗର କଡା ନିର୍ଦ୍ଦେଶ ପରେ ୨୨୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ । ରାଜ୍ୟର କଲେଜ ଅଧ୍ୟକ୍ଷ ସହ ମୁଖ୍ୟ କିରାଣୀ ଙ୍କ ଦରମା ବନ୍ଦ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ଏଭଳି କର୍ଯ୍ୟାନୁଷ୍ଠାନ ନେଇଛି ଉଚ୍ଚଶିକ୍ଷା ବିଭାଗ । ଦରମା ନ ଉଠାଇବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସହକାରୀ ନିର୍ଦ୍ଦେଶକଙ୍କ ଚିଠିର ଉତ୍ତର ଦେଉନଥିବାରୁ କାର୍ଯ୍ୟାନୁଷ୍ଠାନ ହୋଇଛି। ବାରମ୍ବାର ରିମାଇଣ୍ଡର ପରେ ମଧ୍ୟ ସଂପୃକ୍ତ କଲେଜ ଅଧ୍ୟକ୍ଷମାନେ ଉଚ୍ଚଶିକ୍ଷା ବିଭାଗର ସହକାରୀ ନିର୍ଦ୍ଦେଶକଙ୍କ ଚିଠିର ଉତ୍ତର ଦେଇନାହାନ୍ତି |ଏଥିପାଇଁ ମେ ମାସର ଦରମା ନ ଉଠାଇବାକୁ ଉଚ୍ଚ ଶିକ୍ଷା ବିଭାଗ କଡା ନିର୍ଦ୍ଦେଶ ଦେଇଛି |