ଇରାନର ପରୀକ୍ଷଣକଲା ମିଶାଇଲ |
ଇରାନର ପରୀକ୍ଷଣକଲା ମିଶାଇଲ ,ଈରାନ ନୂଆ କ୍ରୁଜ୍ ମିଶାଇଲ ପରୀକ୍ଷଣ କରିଛି ଯାହାକି ୧୬୫୦ କିମି ଦୂର ଯାଏଁ ଶତ୍ରୁକୁ ଟାର୍ଗେଟ୍ କରିପାରିବ। ପଶ୍ଚିମ ରାଷ୍ଟ୍ରମାନଙ୍କର ନିଦ ହଜିଯାଇଛି ଈରାନର ଏହି ପରୀକ୍ଷଣରେ | ପଶ୍ଚିମ ରାଷ୍ଟ୍ରମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି ଯେ,ଯଦି ୟୁକ୍ରେନ ଓ ଋଷ ଯୁଦ୍ଧରେ ଈରାନର ଏହି ମିଶାଇଲ ଋଷ ସେନାରେ ସାମିଲ ହୁଏ, ତେବେ ୟୁକ୍ରେନର ସ୍ଥିତି ରହିବନି ତା’ ସହ ପଶ୍ଚିମ ରାଷ୍ଟ୍ରମାନଙ୍କ ପ୍ରତି ମଧ୍ୟ ଘୋର ବିପଦ ସୃଷ୍ଟି କରିବ ।
କ୍ରୁଜ୍ କ୍ଷେପଣାସ୍ତ୍ର ନିର୍ମାଣ କରିଥିବା କଥା ଶୁକ୍ରବାର ଦିନ ‘ରିଭୋଲ୍ୟୁସ୍ନାରି ଗାର୍ଡସ୍’ର ଜଣେ ବରିଷ୍ଠ କମାଣ୍ଡର୍ କହିଛନ୍ତି। ‘ରିଭୋଲ୍ୟୁସ୍ନାରି ଗାର୍ଡସ୍’ ଏରୋସ୍ପେସ୍ ଫୋର୍ସର ମୁଖ୍ୟ ତଥା ବରିଷ୍ଠ କମାଣ୍ଡର୍ ଅମିରାଲି ହାଜିଜାଦେ କହିଛନ୍ତି ଯେ, ଆମେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତି କରୁଛୁ।ସୂଚନା ଯୋଗ୍ୟ, ଇରାନ୍ର ଜଣେ ପଦସ୍ଥ କମାଣ୍ଡର୍ଙ୍କୁ ଆମେରିକା ଯେଭଳି ହତ୍ୟା କରିଛି, ତା’ର ପ୍ରତିଶୋଧ ନିଆଯିବ ବୋଲି ଇରାନ୍ ସବୁବେଳେ କହିଆସୁଛି।