ଇମ୍ରାନ ଙ୍କୁ ଗିରଫ କଲା ପାକିସ୍ଥାନ ପୋଲିସ : ସମର୍ଥକ ଙ୍କ ବିକ୍ଷୋଭ
ପାକିସ୍ତାନରେ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅଲ୍ କାଦିର ଟ୍ରଷ୍ଟ ମାମଲାରେ ଗିରଫ କରାଯାଇଛି । ନ୍ୟାସନାଲ ଆକାଉଣ୍ଟେବିଲିଟି ବ୍ୟୁରୋ (ଏନଏବି) ଏହି ଗିରଫ କରିଛି । ଇମ୍ରାନଙ୍କୁ ଗିରଫ କରିବା ପରେ ଚାରିଆଡେ ତାଙ୍କ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ହିଂସା ସୃଷ୍ଟି କରିଛନ୍ତି । ଗଭର୍ଣ୍ଣର ହାଉସ୍ ଓ ଆର୍ମି ହେଡକ୍ୱାର୍ଟର ଉପରେ ଆକ୍ରମଣ କରିଛନ୍ତି ସମର୍ଥକ ।
ଇମ୍ରାନ ଖାନ୍ଙ୍କ ସମର୍ଥକଙ୍କ ଉତ୍ପାତ ଆଗରେ ପୋଲିସ ନାଚାର । ରାସ୍ତା ଉପରେ ସମର୍ଥକ । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଗିରଫକୁ ନେଇ ପାକିସ୍ତାନରେ ଗୃହଯୁଦ୍ଧ ପରିସ୍ଥିତି | ଇମ୍ରାନ ଖାନଙ୍କୁ ଗିରଫ କରିବା ପାଇଁ ଇସଲାମାବାଦ ପୋଲିସ ପହଂଚିବା ପରେ ଇମ୍ରାନଙ୍କ ସମର୍ଥକ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ସୃଷ୍ଟି ହୋଇଛି ।
ସମର୍ଥକଙ୍କୁ ଘଉଡାଇବା ପାଇଁ ପୋଲିସ ଲୁହବୁହା ଗ୍ୟାସ ସହିତ ଗୁଳି ଚଳାଇଥିଲା । ତଥାପି ଇମ୍ରାନଙ୍କ ସମର୍ଥକମାନେ ମଧ୍ୟ ସେମାନଙ୍କ ଆକ୍ରମଣାତ୍ମକ ରୂପ ଦେଖାଇଥିଲେ । ସମର୍ଥକମାନେ ଟାୟାର ଜାଳି ପଥର ଫିଙ୍ଗିବା ସହିତ ଅଧିକ ଆକ୍ରମଣାତ୍ମକ ହୋଇଥିବାର ଦେଖାଯାଇଥିଲା ।