ଇନସୁଲିନ ଗଛର ଉପକାରିତା ବିଷୟରେ ଆପଣମାନେ ଜାଣନ୍ତି କି ?

ଶରୀରରେ କମୁଛି କି ଇନସ୍ୟୁଲିନ? ଇନସ୍ୟୁଲିନ୍‌ କମିଲେ ଶରୀରରେ ଗ୍ଲୁକୋଜର ସ୍ତର ବଢ଼ିଯାଏ। ଏଥିପାଇଁ ଏକ ଖାସ୍‌ ପତ୍ର ରହିଛି ଯାହା ଖାଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ସନ୍ତୁଳନରେ ରହିଥାଏ। ବର୍ତ୍ତମାନ ସମୟରେ ମଧୁମେହ ରୋଗ ମଣିଷର ଏକ ବଡ଼ ସମସ୍ୟା ରୂପେ ଛିଡା ହୋଇଛି। ବିଶ୍ବର ଅଧାରୁ ଅଧିକ ଲୋକ ଏହି ଗମ୍ଭୀର ରୋଗ ଦେଇ ଗତି କରୁଛନ୍ତି। ଆଉ ଭାରତ ତ ଏହି ରୋଗର କ୍ୟାପିଟାଲ ପାଲଟି ଯାଇଛି। ରିପୋର୍ଟ କହୁଛି ବର୍ଷକୁ (୧୮ ବର୍ଷ ବୟସରୁ ଅଧିକ ବ୍ୟକ୍ତି) ପାଖାପାଖି ୭୭(୭ କୋଟି ୭୦ ଲକ୍ଷ) ମିଲିୟନ ଲୋକ ଏହି ରୋଗରେ ପ୍ରଭାବିତ କରିଛି।

ମଧୁମେହ ରୋଗୀଙ୍କୁ ସବୁ ବେଳେ ନିଜର ଖାଦ୍ୟପେୟ ଉପରେ ଧ୍ୟାନ ଦେବାକୁ ପଡିଥାଏ। କାରଣ କିଛି ଭୁଲ ହେଲେ ରକ୍ତରେ ଶର୍କରାର ମାତ୍ରା ବଢ଼ି ଯାଇଥାଏ ଓ ଏହା କାରଣରୁ କିଡନୀ ଖରାପ, ହୃତଘାତ ଭଳି ରୋଗର ଶିକାର ହୋଇଥାନ୍ତି। ବେଳେବେଳେ ମଧୁମେହ ରୋଗୀଙ୍କର ଇନସ୍ୟୁଲିନ୍ କମି ଯାଇଥାଏ, ଯାହା ଶରୀରରେ ଗ୍ଲୁକୋଜର ସ୍ତର ବଢ଼ାଇ ଦେଇଥାଏ। ଏଥିପାଇଁ ଏକ ଖାସ୍‌ ପତ୍ର ରହିଛି ଯାହା ଖାଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ସନ୍ତୁଳନରେ ରହିଥାଏ। ମଧୁମେହ ରୋଗୀଙ୍କ ପାଇଁ ଇନସ୍ୟୁଲିନ୍ ପତ୍ର କେଉଁ ଔଷଧ ଠାରୁ କମ ନୁହେଁ। ଇନସ୍ୟୁଲିନ୍ ପତ୍ର ଖାଇବା ଦ୍ୱାରା ଶରୀରରେ ଶର୍କରାର ମାତ୍ରା ନିୟନ୍ତ୍ରିତ ରହିଥାଏ। ଆସନ୍ତୁ ଜାଣିବା ଇନସୁଲିନ ପତ୍ରର ଉପକାରିତା…

୧-ଇନସୁଲିନ ଗଛରେ ଆସ୍କୋରବିକ୍ ଏସିଡ୍, ଆଇରନ, ବେଟା କ୍ୟାରୋଟିନ୍, କୋରୋସାଲିକ ଏସିଡ଼ ଫ୍ଲେବୋନାଇଡସ୍‌, ଟେରପୋନେଇଡସ୍‌, ପ୍ରୋଟିନ ଓ ଆଣ୍ଟି ଅକ୍ସିଡେଣ୍ଟ ଭରପୂର ମାତ୍ରାରେ ମିଳିଥାଏ। ଯାହା ଶରୀର ପାଇଁ ଉପକାରୀ ହୋଇଥାଏ।

୨-ଇନସୁଲିନ ଗଛରେ କୋର୍ସୋଲିକ ଏସିଡ ପୂର୍ଣ୍ଣ ମାତ୍ରାରେ ମିଳିଥାଏ। ଯାହା କାଶ, ଥଣ୍ଡା, ଛିଙ୍କ, ଶ୍ୱାସ ରୋଗ ଇତ୍ୟାଦିରୁ ଆରାମ ଦେଇଥାଏ। ମଧୁମେହ ରୋଗୀଙ୍କୁ ଏହାକୁ ଚୋବାଇବା ଦରକାର, କାରଣ ଶରୀରରେ ଇନସ୍ୟୁଲିନ୍ ତିଆରି ହୋଇଥାଏ।

୩- ମଧୁମେହ ରୋଗୀ ପ୍ରତିଦିନ ଇନସ୍ୟୁଲିନ୍ ପତ୍ରକୁ ୧ ମାସ ଯାଏଁ ଚୋବାଇଲେ ଶରୀର ସୁସ୍ଥ ରହିଥାଏ। ଏହାର ପାଉଡର ମଧ୍ୟ ବଜାରରେ ମିଳୁଛି। ଏହାର ପତ୍ରକୁ ଖରାରେ ଶୁଖାଇ ପାଉଡର କରି ପାରିବେ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp