ଆସ୍ତ ଜାଣିବା କେମିତି କଟିବ ଆଜିର ଦିନ |

ମେଷ: ଆଜି ଆପଣଙ୍କୁ ବଡ଼ମାନଙ୍କଠାରୁ ପ୍ରେରଣା ମିଳିବ। ଯେଉଁ ବି କାମ ଆରମ୍ଭ କରିବେ, ତାହା ସଫଳ ହେବ। ସ୍ୱାସ୍ଥ୍ୟ ପୂର୍ବାପେକ୍ଷା ଭଲ ରହିବ।

ବୃଷ: ଆଜି ଆପଣ ନିଜକୁ ସତେଜ ଅନୁଭବ କରିବେ। ଆପଣଙ୍କ ଆଖାପାଖରେ ସକାରାତ୍ମକ ଶକ୍ତି ରହିବ। ଲୋକେ ଆପଣଙ୍କ ବ୍ୟବହାରରେ ଖୁସି ହେବେ।

ମିଥୁନ: ବିଦ୍ୟାର୍ଥୀମାନଙ୍କୁ ସଫଳତା ମିଳିବାର ଯୋଗ ରହିଛି। ଘରଲୋକଙ୍କ ସହ ଭଲ ସମୟ ବିତାଇବେ। ଅଫିସ୍‌ରେ ସହକର୍ମୀମାନଙ୍କ ସହଯୋଗ ମିଳିବ।

କର୍କଟ: ପଇସା ଲେଣଦେଣ ମାମଲାରେ ସାବଧାନ ରୁହନ୍ତୁ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ ରହିବ। ମା’ଙ୍କ ଆଶୀର୍ବାଦ ନିଅନ୍ତୁ, କାର୍ଯ୍ୟରେ ସଫଳତା ମିଳିବ।

ସିଂହ: ରଚନାତ୍ମକ ପ୍ରୟାସ ଫଳୀଭୂତ ହେବ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ବିରୋଧୀମାନେ ଆପଣଙ୍କ ଉପରେ ଚାପ ପକାଇ ପାରନ୍ତି।

କନ୍ୟା: ଆଜିର ଦିନ ଭଲ ରହିବ। ଆପଣଙ୍କୁ ନିଜର କାରବାର ବଢ଼ାଇବାର ପାଇଁ ଅନେକ ମଉକା ମିଳିବ। ଅଟକିଥିବା କାର୍ଯ୍ୟ ପୂରା ହେବ।

ତୁଳା: ଆପଣ ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। ଘରଲୋକଙ୍କ ସହିତ ଧାର୍ମିକ କାର୍ଯ୍ୟ ଆୟୋଜନ କରନ୍ତୁ। ପାରିବାରିକ ସମ୍ପର୍କ ମଧୁର ହେବ।

ବିଛା: ନିଜ ଲୋକଠାରୁ ଭଲ ଖବର ଶୁଣିବାକୁ ମିଳିପାରେ। ଘରୋଇ କାର୍ଯ୍ୟ ପୂରା କରିବାରେ ସଫଳ ହେବେ। ଅଜଣା ଭୟରୁ ମୁକ୍ତି ମିଳିବ।

ଧନୁ: ଓକିଲଙ୍କ ପାଇଁ ଦିନଟି ଭଲ, କୌଣସି ନୂଆ କାମ ହାତରେ ଲାଗିବ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ପାରିବାରିକ ସମ୍ପର୍କ ଦୃଢ଼ ହେବ।

ମକର: ଆପଣଙ୍କ ଦିନ ଠିକ୍‌ଠାକ୍‌ ରହିବ। କୌଣସି ବି ପ୍ରକାର ବିବାଦଠାରୁ ଦୂରେଇ ରୁହନ୍ତୁ। କୌଣସି ଅଜଣା ଲୋକଙ୍କୁ ଭରସା କରନ୍ତୁ ନାହିଁ।

କୁମ୍ଭ: ଅଫିସ୍‌ରେ ବସ୍‌ ଆପଣଙ୍କ କାମର ପ୍ରଶଂସା କରିବେ। ଆପଣଙ୍କ କଥା ଅନ୍ୟ ଉପରେ ପ୍ରଭାବ ପକାଇବ। ପରିବାରର ପୂରା ସାଥ୍‌ ମିଳିବ।

ମୀନ: ଆଜି ଆପଣଙ୍କ ଦିନ ଭଲ ରହିବ। ଜୀବନସାଥୀଙ୍କ ସହ ଘର କାର୍ଯ୍ୟ ପୂରା କରିବାରେ ବ୍ୟସ୍ତ ରହିବେ। ଘରକୁ ଅତିଥି ଆଗମନର ଯୋଗ ରହିଛି।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp