ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

ମେଷ: କଥାବାର୍ତ୍ତାରେ ସନ୍ତୁଳନ ବଜାୟ ରଖନ୍ତୁ। ମନ ବିବ୍ରତ ରହିପାରେ। ଘର-ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ।

ବୃଷ: ପରିବାରର ସାଥ୍‌ ମିଳିବ। ମନ ପ୍ରସନ୍ନ ରହିବ। ପରିଶ୍ରମ ଅଧିକ କରିବେ। ବ୍ୟବସାୟିକ ସ୍ଥିତିରେ ସୁଧାର ହେବ।

ମିଥୁନ: ବ୍ୟବସାୟ କାର୍ଯ୍ୟରେ ରୁଚି ବଢ଼ିବ। ପରିବାରରେ ସୁଖ, ଶାନ୍ତି ରହିବ। ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ। ବାଣୀରେ ମଧୁରତା ରହିବ।

କର୍କଟ: ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ। ବ୍ୟସ୍ତତା ବଢ଼ିପାରେ। ଅଯଥା ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ଆୟ ବୃଦ୍ଧି ହେବ।

ସିଂହ: ସମ୍ପତ୍ତିରେ ବୃଦ୍ଧି ଘଟିପାରେ। ବାପାଙ୍କଠାରୁ ଧନ ପ୍ରାପ୍ତି ହୋଇପାରେ। ଭବନ ସୁଖର ଯୋଗ ରହିଛି। ଚିନ୍ତାଠୁ ଦୂରେଇ ରୁହନ୍ତୁ।

କନ୍ୟା: ଚାକିରିରେ ଅଫିସରମାନଙ୍କଠାରୁ ସହଯୋଗ ପାଇବେ। ଉନ୍ନତିର ଅବସର ମିଳିପାରେ। ସ୍ୱଭାବରେ ଚିଡଚିଡ଼ାପଣ ରହିବ।

ତୁଳା: ମନ ଅଶାନ୍ତ ରହିବ। ଆତ୍ମବିଶ୍ୱାସରେ ଅଭାବ ରହିବ। ପରିବାର ସହିତ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି।

ବିଛା: ନିଜର ଭାବନାକୁ ନିଜ ପାଖରେ ରଖନ୍ତୁ। ପରିଶ୍ରମ ଅଧିକ ରହିବ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ।

ଧନୁ: ଧୌର୍ଯ୍ୟଶୀଳତା ବଜାୟ ରଖିବାକୁ ପ୍ରୟାସ କରନ୍ତୁ। ମନ ପ୍ରସନ୍ନ ରହିବ। ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ। ମା’ଙ୍କ ସାନ୍ନିଧ୍ୟ ରହିବେ।

ମକର: ମାନସିକ ଶାନ୍ତି ରହିବ। ମିତ୍ରଙ୍କ ସହଯୋଗ ମିଳିବ। ଲାଭର ଯୋଗ ରହିଛି। ଘର-ପରିବାରରେ ଧାର୍ମିକ କାର୍ଯ୍ୟ ହେବ।

କୁମ୍ଭ: ମନ ଚିନ୍ତିତ ରହିବ। ସଙ୍ଗୀତ ପ୍ରତି ରୁଚି ବଢ଼ିବ। ମିତ୍ରମାନଙ୍କ ସହଯୋଗ ମିଳିବ। ଅଯଥା ବାଦ ବିବାଦଠାରୁ ଦୂରେଇ ରୁହନ୍ତୁ।

ମୀନ: ପରିବାରର ଦାୟିତ୍ୱ ବଢ଼ିପାରେ। ଭାଇମାନଙ୍କ ସାଥ୍‌ ମିଳିବ। ଆୟ ବୃଦ୍ଧି ହେବ। ମାନସିକ ଶାନ୍ତି ପ୍ରାପ୍ତ ହେବ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp