ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଭଲ ରହିବ। ଯଦିଓ କେତେକ କ୍ଷେତ୍ରରେ ଟିକିଏ ଅତିରିକ୍ତ ସତର୍କତା ଆବଶ୍ୟକ ହେବ।
ବୃଷ: ଆଜି ସହକର୍ମୀମାନଙ୍କ ମଧ୍ୟରେ ଆପଣଙ୍କ ଲୋକପ୍ରିୟତା ବୃଦ୍ଧି ପାଇବ। ବ୍ୟବସାୟରେ ଭଲ ପ୍ରଗତି ହେବ। ଆପଣଙ୍କ ଆମଦାନୀ ବଢ଼ିବ।
ମିଥୁନ: ଆଜି ପରିବାର ସଦସ୍ୟଙ୍କ ସହିତ ଅଧିକରୁ ଅଧିକ ସମୟ ବିତାଇବେ। ଦୀର୍ଘଦିନରୁ ରହିଥିବା ଆଖି ସମସ୍ୟାରୁ ଆପଣ ଆରାମ ପାଇବେ।
କର୍କଟ: ଆଜି ଗୃହ ସମ୍ବନ୍ଧୀୟ ଯୋଜନା ପ୍ରସ୍ତୁତ ହେବ। ନିଜ ସ୍ୱାସ୍ଥ୍ୟକୁ ଅଣଦେଖା କରନ୍ତୁ ନାହିଁ ଏବଂ ଋତୁଜନିତ ରୋଗ ପାଇଁ ସାବଧାନ ରୁହନ୍ତୁ।
ସିଂହ: ଆଜି ଆପଣଙ୍କର ଅଧିକାଂଶ ଯୋଜନା କାର୍ଯ୍ୟକାରୀ ହେବ। ଆପଣ ଧ୍ୟାନ କୈନ୍ଦ୍ରିତ ରହିବ ଏବଂ ଆପଣ ପରିଶ୍ରମୀ ହେବେ। ତୀକ୍ଷ୍ଣ ବିଚାର ପାଇଁ ପ୍ରଶଂସାର ପାତ୍ର ହେବେ।
କନ୍ୟା: ଆଜି ନିଜକୁ ଆର୍ଥିକ ଦୃଷ୍ଟିରୁ ମଜଭୁତ କରିବେ। ଘରର ସଦସ୍ୟମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଆପଣଙ୍କୁ ଟିକେ ଯତ୍ନବାନ ହେବାକୁ ପଡ଼ିବ।
ତୁଳା: ନିଜର ଲକ୍ଷ୍ୟ ଉପରେ ଫୋକସ୍ ରଖନ୍ତୁ। ଫାଲ୍ତୁ କାମରେ ଆପଣଙ୍କ ଶକ୍ତି ଅପଚୟ ହେବ। ପାରିବାରିକ ଜୀବନରେ ମତାନ୍ତର ହୋଇପାରେ।
ବିଛା: ଚିନ୍ତା କରିବା ପରିବର୍ତ୍ତେ ନିଜ କାର୍ଯ୍ୟରେ ଅଧିକ ଧ୍ୟାନ ଦିଅନ୍ତୁ, ସ୍ଥିତି ଧୀରେ ଧୀରେ ଆପଣଙ୍କ ପକ୍ଷରେ ରହିବ। ନିଜ ପ୍ରତିଦ୍ୱନ୍ଦ୍ୱୀମାନଙ୍କଠାରୁ ଆଗକୁ ଯିବ।
ଧନୁ: ଆଜି ଆପଣଙ୍କୁ ନିଜର ଆତ୍ମବିଶ୍ୱାସ ବଜାୟ ରଖିବାକୁ ହେବ। ଘରେ ମାଙ୍ଗଳିକ କାର୍ଯ୍ୟକ୍ରମ କରିପାରନ୍ତି, ଯେଉଁଥିରେ କେବଳ ପରିବାର ସଦସ୍ୟ ସାମିଲ ହେବେ।
ମକର: ଘରର ବାତାବରଣ ଶାନ୍ତିପୂର୍ଣ୍ଣ ରହିବ। ଦିନର କିଛି ସମୟ ଆରାମରେ ବିତିବ। ଆପଣଙ୍କ କାର୍ଯ୍ୟରେ ସକାରାତ୍ମକ ବିକାଶ ହେବ।
କୁମ୍ଭ: ଆଜି ଆପଣଙ୍କ ଜୀବନସାଥୀ କିମ୍ବା ସହକର୍ମୀଙ୍କ ସମର୍ଥନ ଅଧା ମନରେ ପାଇବେ, ଯଦ୍ଦ୍ଵାରା କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିବେ ନାହିଁ। ଏହା ଆପଣଙ୍କୁ ଚିନ୍ତାରେ ପକାଇପାରେ।
ମୀନ: ଆଜି ଟଙ୍କା ସମ୍ବନ୍ଧୀୟ ସମସ୍ୟାର ଶୀଘ୍ର ସମାଧାନ ହେବ। ଆପଣଙ୍କର ଜଣେ ବନ୍ଧୁ ଆପଣଙ୍କ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିବେ।
