ଆସନ୍ତୁ ଜାଣିବା କେମିତି କଟିବ ଆଜି ର ଦିନ |
ମେଷ: ଆଜି ଆପଣ ନିଜ ପ୍ରେମ ଜୀବନରେ କିଛି ସୁଧାର ଆଣିବେ। ଶତ୍ରୁମାନେ ଆପଣଙ୍କର କିଛି ବି ବିଗାଡ଼ି ପାରିବେ ନାହିଁ। ଆଜି ଆପଣଙ୍କୁ ଧନ ପ୍ରାପ୍ତି ହେବ।
ବୃଷ: ଆଜିର ଦିନ ଆପଣଙ୍କ ପାଇଁ ମିଶ୍ରିତ ଫଳ ଆଣିବ। ଖର୍ଚ୍ଚ ବଢ଼ିବ, ଯାହା ଆପଣଙ୍କୁ ଚିନ୍ତାରେ ପକାଇବ। କିନ୍ତୁ ଆୟ ବୃଦ୍ଧି ହେତୁ ମନ ଖୁସି ରହିବ।
ମିଥୁନ: ଆଜି ଆପଣ ଅନେକ ଯୋଜନା କରିପାରନ୍ତି। ଯଦି ନିଜକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବେ, ତା’ ହେଲେ ସଫଳ ହେବେ। ପଇସା କ୍ଷେତ୍ରରେ ନୂତନ ସୁଯୋଗ ମିଳିପାରେ।
କର୍କଟ: ଆପଣଙ୍କୁ ନୂଆ ଦାୟିତ୍ୱ ମିଳିପାରେ। ବରିଷ୍ଠମାନଙ୍କ ସହ କଥାବାର୍ତ୍ତା କରିବା ବେଳେ ନିଜର ଶବ୍ଦଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ। ମିତ୍ରଙ୍କ ସହଯୋଗ ମିଳିବ।
ସିଂହ: ଆପଣଙ୍କ ପାଇଁ ଆଜିର ଦିନ ଭଲ ରହିବ। ଆପଣଙ୍କୁ ଅନେକ ସୁଖ, ସୁବିଧାର ଆନନ୍ଦ ମିଳିବ। ଦାମ୍ପତ୍ୟ ଜୀବନରେ ପ୍ରେମ ବଢ଼ିବ। ବ୍ୟବସାୟରେ ବୃଦ୍ଧି ହେବ।
କନ୍ୟା: ନୂଆ ସାଙ୍ଗ କରିବାର ମଉକା ମିଳିବ। ଆଗକୁ ବଢ଼ିବା ପାଇଁ ନୂତନ ସୁଯୋଗ ମିଳିପାରେ। ଆପଣଙ୍କ ଆଶା ଜଲ୍ଦି ହିଁ ପୂରଣ ହେବ। କୌଣସି ବି ସମସ୍ୟାରେ ଡରନ୍ତୁ ନାହିଁ।
ତୁଳା: ଆଜି ମନକୁ ଅନିୟନ୍ତ୍ରିତ ହେବାକୁ ଦିଅନ୍ତୁ ନାହିଁ। କୌଣସି ନିବେଶ ପାଇଁ ଆଜିର ଦିନ ଭଲ ନୁହେଁ। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ।
ବିଛା: ଆପଣଙ୍କ ପାଇଁ ଆଜିର ଦିନ ଉତ୍ଥାନ-ପତନରେ ଭରି ରହିବ। ଖର୍ଚ୍ଚରେ ହଠାତ୍ ବୃଦ୍ଧି ଘଟିବ, ଯାହା ଆପଣଙ୍କ ସମସ୍ୟାର କାରଣ ହୋଇପାରେ। ସ୍ୱାସ୍ଥ୍ୟ ଦୁର୍ବଳ ରହିପାରେ।
ଧନୁ: ଜଣେ ବନ୍ଧୁଙ୍କ ସହଭାଗିତାରେ ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ। ଅନ୍ୟମାନଙ୍କ ପ୍ରତି ସହଯୋଗର ଭାବନା ଦ୍ୱାରା ଆପଣଙ୍କୁ ସଫଳତା ମିଳିବ।
ମକର: ଆଜି କୌଣସି ବିପଦପୂର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ। ପାରିବାରିକ ଜୀବନ ଆରାମଦାୟକ ଏବଂ ସୁଖଦ ରହିବ। ଲକ୍ଷ୍ୟ ହାସଲ ପାଇଁ କଠିନ ପରିଶ୍ରମ କରିବାକୁ ପଡିବ।
କୁମ୍ଭ: ଆପଣଙ୍କ ପାଇଁ ଆଜିର ଦିନ ସାମାନ୍ୟ ରହିବ। ନିଜର ପରିଶ୍ରମ ଉପରେ ବିଶ୍ୱାସ ରଖନ୍ତୁ ଏବଂ ସଫଳତାର ପଥରେ ଆଗକୁ ବଢ଼ନ୍ତୁ। ଦେଖିବେ ନିଶ୍ଚୟ ସଫଳତା ମିଳିବ।
ମୀନ: ପରିଶ୍ରମର ସମ୍ପୂର୍ଣ୍ଣ ଫଳ ଆପଣଙ୍କୁ ମିଳିପାରେ। ଧୌର୍ଯ୍ୟର ସହ କାମ କରନ୍ତୁ ଏବଂ ସମୟ ଉପରେ ଧ୍ୟାନ ରଖନ୍ତୁ। ଆପଣଙ୍କ ମନରେ ଏକ ସମୟରେ ଅନେକ କଥା ରହିବ।