ଆସନ୍ତୁ ଜାଣିବା ଆଜି କଣ ରହିଛି ଆପଣଙ୍କ ଭାଗ୍ୟରେ

ମେଷ: ପଇସାକୁ ନେଇ ଆଜି ଆପଣ ଅତିରିକ୍ତ ସତର୍କ ରହିବା ଉଚିତ୍‌। ଭାଗ୍ୟ ଦୁର୍ବଳ ରହିବ। କାହାକୁ ଆଘାତ ଦେଲା ଭଳି କଥା କୁହ ନାହିଁ।

ବୃଷ: ଜୀବନରେ କିଛି ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ। ଘରେ ଉତ୍ସବର ମାହୋଲ ରହିବ। ଆର୍ଥିକ ସ୍ଥିତି ଭଲ ହେବ।

ମିଥୁନ: ଆଜି ଆପଣ ମାନସିକ ଓ ଶାରୀରିକ ଭାବେ ଦୁର୍ବଳ ରହିବେ। ସ୍ୱାସ୍ଥ୍ୟ ବିଗିଡ଼ିପାରେ। ବ୍ୟବସାୟୀମାନେ ଅନେକ ଲାଭ ପାଇବେ।

କର୍କଟ: ଆଜି ଆପଣ ନିଜର ଆତ୍ମବିଶ୍ୱାସ ବୃଦ୍ଧି କରନ୍ତୁ। ଆପଣ ଦୃଢ଼ ରହିବେ। ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ସିଂହ: ଅନ୍ୟର ଉତ୍ସାହ ଦେଖି ଆପଣ ଉତ୍ସାହିତ ହେବେ। ଜଣେ ବନ୍ଧୁଙ୍କ ସହ ଫୋନ୍‌ରେ ଲମ୍ବା ବାର୍ତ୍ତାଳାପ ହେବ, ଯଦ୍ଦ୍ଵାରା ଆପଣଙ୍କୁ ନିଜର କାମ ଠିକ୍‌ ଭାବେ କରିବାକୁ ପରାମର୍ଶ ମିଳିବ।

କନ୍ୟା: ଆପଣ ନିଜର ପାର୍ଟନରଙ୍କ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବେ, ଯେଉଁ କାରଣରୁ ସମ୍ପର୍କ ଦୃଢ଼ ହେବ। ବ୍ୟବସାୟରେ ଭଲ ସଫଳତା ପାଇବେ।

ତୁଳା: କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ନଚେତ୍ ଏହା କ୍ଷତିକାରକ ହୋଇପାରେ। ଆଜି ସାଙ୍ଗମାନଙ୍କ ସମର୍ଥନ ପାଇବେ।

ବିଛା: ଆଜି ଧନ ସମ୍ବନ୍ଧୀୟ କୌଣସି ପରାମର୍ଶ ପାଇବେ। ଆଜି ଆପଣ ନିଜ ସାଥୀ ଏବଂ ଆଖପାଖ ଲୋକଙ୍କ ପ୍ରତି ଉଦାର ରହିବେ।

ଧନୁ: ଆପଣ ମାନସିକ ସ୍ତରରେ ଚିନ୍ତାଗ୍ରସ୍ତ ରହିବେ। ଏହାର ପ୍ରଭାବ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡ଼ିପାରେ। ଆଜି ପେଟ ଯନ୍ତ୍ରଣା ଭଳି ସମସ୍ୟା ହୋଇପାରେ।

ମକର: ବ୍ୟବସାୟିକ ନିଷ୍ପତ୍ତି ନେବା ସହଜ ହେବ। ଆପଣଙ୍କ ସମ୍ମାନ ବୃଦ୍ଧି ପାଇବ। ସନ୍ତାନକୁ ନେଇ ଟିକେ ଚିନ୍ତିତ ରହିବେ।

କୁମ୍ଭ: ପରିବାର ଲୋକଙ୍କର ପୂରା ସହଯୋଗ ମିଳିବ। ଆପଣଙ୍କ ସ୍ୱାସ୍ଥ୍ୟ ସୁସ୍ଥ ରହିବ। ସମାଜରେ ଆପଣଙ୍କ ସମ୍ମାନ ବୃଦ୍ଧି ପାଇବ।

ମୀନ: ସ୍ୱାସ୍ଥ୍ୟ ଭଲ ରହିବ। କାମରେ ମନ କମ୍ ଲାଗିବ, କିନ୍ତୁ ତଥାପି ଆପଣ ନିଜ କାମ ଭଲରେ କରିବେ। ପରିବାର ସଦସ୍ୟଙ୍କ ସହିତ ପ୍ରେମ ବଢ଼ିବ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp