ଆସନ୍ତାକାଲିରୁ ଆରମ୍ଭ ହେବ ଆଇପିଏଲ୍ ୨୦୨୩।
ଆଇପିଏଲ୍ ୨୦୨୩ ଆସନ୍ତାକାଲିରୁ ଆରମ୍ଭ ହେବାକୁ ଯାଉଛି । ୫ମ ଥର ପାଇଁ ଟାଇଟଲ ଜିତିପାରେ ଚେନ୍ନାଇ ସୁପରକିଙ୍ଗସ । ୨୦୧୬ରେ ଭଳି ଏଥର ମଧ୍ୟ ସିଏସକେ ଟିମ ସହିତ ରହିଛି ଅଦ୍ଭୁତ ସଂଯୋଗ କ୍ରିକେଟ ଫ୍ୟାନ୍ସଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି। ଆସନ୍ତାକାଲିରୁ ଆରମ୍ଭ ହୋଇଯିବା ଆଇପିଏଲ ୨୦୨୩ । ପ୍ରଥମ ମ୍ୟାଚରେ ମୁହାମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗସ ଏବଂ ଚାମ୍ପିଅନ ଗୁଜରାଟ ଟାଇଟନ୍ସ । ଚାମ୍ପିଅନ ଗୁଜରାଟ ଟାଇଟନ୍ସ ସହିତ ଲଢିବା ପାଇଁ ଧୋନିଙ୍କ ଟିମ ଜବରଦସ୍ତ ପ୍ରାକ୍ଟିସ କରୁଛି । ରବୀନ୍ଦ୍ର ଜାଡେଜାଙ୍କୁ ଛାଡି ସିଏସକେର ସବୁ ଖେଳାଳି ଜବରଦସ୍ତ ପ୍ରଦର୍ଶନ କରୁଛନ୍ତି ।
ଧୋନି ୪ ଥର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ୍ବ ନେଉଥିଲା ବେଳେ ପାଣ୍ଡ୍ୟା ଗତ ସଂସ୍କରଣରେ ପ୍ରଥମ ଥର ଖେଳି ବିଜେତା ହୋଇଥିବା ଗୁଜରାଟ ଟାଇଟନ୍ସର ଅଧିନାୟକ ରହିଛନ୍ତି। ଗୁଜରାଟ ଟାଇଟନ୍ସ ଆଇପିଏଲରେ ଗୋଟିଏ ସିଜିନ ଖେଳିଥିଲା ବେଳେ ଚେନ୍ନାଇ ସୁପର କିଙ୍ଗ୍ସ ୧୩ ଟି ସିଜିନ ଖେଳିସାରିଛି। ଚଳିତ ସିଜିନ ଉଦ୍ଘାଟନୀ ମୁକାବିଲା ପୂର୍ବରୁ ଏହି ଦୁଇ ଦଳ ଆଇପିଏଲରେ ୨ ଥର ମୁହାଁମୁହିଁ ହୋଇଛନ୍ତି।