ଆର୍ଆର୍ଆର୍କୁ ମିଳିଲା ଓସ୍କାର ଆୱାର୍ଡ |
ଚଳିତ ଓସ୍କାରରେ ଇତିହାସ ରଚିଲା ଭାରତ।ଫିଲ୍ମ RRRର ‘ନାଟୁ ନାଟୁ’କୁ ମିଳିଲା ଓସ୍କାର ଆଓ୍ଵାର୍ଡ । ବେଷ୍ଟ ଓରିଜିନାଲ ସଙ୍ଗ୍ କାଟାଗୋରୀରେ ଜିତଲା ଓସ୍କାର । ଫିଲ୍ମ RRRର ନାଟୁ ନାଟୁ ୨୦୨୨ର ହିଟ୍ ଟ୍ରାକ୍ସ ମଧ୍ୟରୁ ଗୋଟିଏ । ‘ତେଲୁଗୁ ଭର୍ସନରେ ଏହାକୁ କମ୍ପୋଜ କରିଛନ୍ତି ଭେଟେରାନ୍ ମ୍ୟୁଜିକ ଡାଇରେକ୍ଟର ଏମଏମ କିରାଭାନୀ । ଗୀତକୁ ଲେଖିଛନ୍ତି ଚନ୍ଦ୍ରାବୋଷ । ଏହାକୁ ଗାଇଛନ୍ତି କାଲା ଭୈରବ ଓ ରାହୁଲ ସିପ୍ଲିଗୁଞ୍ଜ ।
ଚଳିତ ଓସ୍କାରରେ ଇତିହାସ ରଚିଲା ଭାରତ। ପୁରସ୍କାର ହାତେଇଲା ଏସ୍ଏସ୍ ରାଜାମୌଲିଙ୍କ ଫିଲ୍ମ ଆର୍ଆର୍ଆର୍। ବେଷ୍ଟ ଅରିଜିନାଲ ସଙ୍ଗ କ୍ୟାଟେଗୋରୀରେ ଏହି ଫିଲ୍ମର ନାଟୁ ନାଟୁ ଗୀତକୁ ଓସ୍କାର ଆୱାର୍ଡ ମିଳିଛି। ଏବେ ଏହି ଏକାଡେମୀ ଆୱାର୍ଡ ହାସଲ କରି ଫିଲ୍ମ ଆର୍ଆର୍ଆର୍ ଏକ ନୂଆ ରେକର୍ଡ ସୃଷ୍ଟି କରିଛି।