ଆରମ୍ଭ ହେଲା ଭୋଟ ଗଣତି : କିଏ ହାତେଇବ ଝାରସୁଗୁଡାର ଶାସନ ଗାଦି ?
ଚାଲିଛି ୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା । ପ୍ରଥମେ ପୋଷ୍ଟାଲ ବାଲଟ୍ ଗଣନା କରାଯାଉଛି।
ଝାରସୁଗୁଡ଼ା ବାଜି କିଏ ମାରିବ ? କାହାକୁ ଦେଖିବାକୁ ପଡ଼ିବ ପରାଜୟର ମୁହଁ ? ଖୋଲିବାକୁ ଯାଉଛି ୯ ପ୍ରାର୍ଥୀଙ୍କ ଭାଗ୍ୟ ପେଡ଼ି । ସକାଳ ୮ଟାରୁ ଆରମ୍ଭ ହେଲା ଭୋଟ ଗଣତି । ପ୍ରଥମେ ପୋଷ୍ଟାଲ ବାଲଟ୍ ଗଣନା କରାଯାଉଛି । ୧୪ ଟି ଟେବୁଲରେ ୧୮ଟି ରାଉଣ୍ଡରେ କରାଯିବ କାଉଣ୍ଟିଂ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଭୋଟ ଗଣତି କରାଯାଉଛି। ଅପରାହ୍ନ ୪ଟାରୁ ୬ଟା ମଧ୍ୟରେ ଫଳାଫଳ ସ୍ପଷ୍ଟ ହେବ । ଝାରସୁଗୁଡ଼ା ବଢ଼େଇମୁଣ୍ଡା ଇଂଜିନିୟରିଂ ସ୍କୁଲ ସ୍ଥିତ ଷ୍ଟ୍ରଙ୍ଗ୍ ରୁମ୍ରେ କଡ଼ା ସୁରକ୍ଷାରେ ଭୋଟ ଗଣତି ଚାଲିଛି। ଝାରସୁଗୁଡ଼ାର ପ୍ରମୁଖ ଯୋଦ୍ଧା ଥିଲେ ବିଜେଡିରୁ ନବ ଦାସଙ୍କ ଝିଅ ଦୀପାଳି ଦାସ, ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ଡେ। ତିନି ଯୁବ ନେତା । ଯିଏ ବି ଜିତିବ ପ୍ରଥମ ଥର ବିଧାୟକ ହେବେ।