ଆମେରିକୀୟ ରାଷ୍ଟ୍ରଦୂତ ଏରିକ୍‌ ଗାର୍ସେଟି ମଧ୍ୟ୍ୟ କିଙ୍ଗ୍‌ ଖାନ୍‌’ଙ୍କ ଫ୍ୟାନ୍‌ ।

ଭାରତରେ ନୂଆ ନିଯୁକ୍ତ ପାଇଥିବା ରାଷ୍ଟ୍ରଦୂତ ଏରିକ୍‌ ଗାର୍ସେଟି କିଙ୍ଗ୍‌ ଖାନ୍‌ ଙ୍କୁ ଦେଖା କରି ନିଜ ଖୁସିକୁ ଅଟକାଇ ପାରିନାହାନ୍ତି । ଏରିକ୍‌ ଗାର୍ସେଟି ଅଭିନେତା ଶାହାରୁଖ୍‌ ଖାନ୍‌ଙ୍କୁ ଭେଟିବା ସମୟରେ ଖୁବ୍ ବିସ୍ମିତ ହୋଇଯାଇଥିଲେ । ଗତ ମଙ୍ଗଳବାର ଦିନ ମୁମ୍ବାଇସ୍ଥିତ ଶାହାରୁଖ୍‌ ଙ୍କ ବାସଭବନ ‘ମନ୍ନତ୍‌’ରେ ସେ ତାଙ୍କୁ ଭେଟିଥିଲେ । ଏହି ସାକ୍ଷାତ ସମୟରେ ଉଭୟ ଭିତରେ ସମଗ୍ର ବିଶ୍ୱରେ ବଲିଉଡ୍‌ ଓ ତା’ର ବ୍ୟାପକ ସାଂସ୍କୃତିକ ପ୍ରଭାବ ବିଷୟରେ ଆଲୋଚନା ହୋଇଥିଲା। ବଲିଉଡ୍‌ର ‘କିଙ୍ଗ୍‌ ଖାନ୍‌’ ତଥା ‘କିଙ୍ଗ୍ ଅଫ୍ ରୋମାନ୍ସ’ ଶାହାରୁଖ୍‌ ଖାନ୍‌ । ସେ କେବଳ ଜଣେ ଭଲ ଅଭିନେତା ନୁହଁନ୍ତି ତାଙ୍କର ଅନ୍ୟ କିଛି ଗୁଣ ବି ରହିଛି । ଯେଉଁଥିପାଇଁ ସେ ଖାଲି ଭାରତ ନୁହେଁ ସାରା ବିଶ୍ୱରେ ପରିଚିତ । ସବୁ କଳାକାର ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ସେହିଭଳି ଶାହାରୁଖ ଖାନ୍‌ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ । ନିଜ ଦମ୍‌ଦାର ଆକ୍ଟିଂ ସହ ରୋମାନ୍ସ ପାଇଁ ଏହି ଆକ୍ଟର ପ୍ରସିଦ୍ଧ। ରୋମାଣ୍ଟିକ୍‌ ସିନ୍‌ରେ ଶାହାରୁଖ୍‌ଙ୍କ ଆକ୍ଟିଂ ଦେଖିଲେ ଯେ କେହି ବି ତାଙ୍କ ପ୍ରେମରେ ପଡ଼ିଯିବ। ଜୀବନ୍ତ ଅଭିନୟ ପାଇଁ କେବଳ ଭାରତ ନୁହେଁ ଦେଶ ବାହାରେ ମଧ୍ୟ ଶାହାରୁଖ୍‌ଙ୍କ ହଜାର ହଜାର ଫ୍ୟାନ୍‌ ରହିଛନ୍ତି।

ଏହି ଫ୍ୟାନ୍‌ ମାନଙ୍କ ଭିତରୁ ଅନେକ ଫ୍ୟାନ୍ସ ପ୍ରତିଦିନ କିଙ୍ଗ୍‌ ଖାନଙ୍କ ଘର ଆଗରେ ଭିଡ ଲାଗାଇଥାନ୍ତି ତାଙ୍କର ଗୋଟେ ଝଲକ ଦେଖିବା ପାଇଁ । ତେବେ ଏହି ପରିପେକ୍ଷୀରେ ଭାରତରେ ନୂଆ ନିଯୁକ୍ତ ପାଇଥିବା ରାଷ୍ଟ୍ରଦୂତ ଏରିକ୍‌ ଗାର୍ସେଟି କିଙ୍ଗ୍‌ ଖାନ୍‌ ଙ୍କୁ ଦେଖା କରି ନିଜ ଖୁସିକୁ ଅଟକାଇ ପାରିନାହାନ୍ତି । ଏରିକ୍‌ ଗାର୍ସେଟି ଅଭିନେତା ଶାହାରୁଖ୍‌ ଖାନ୍‌ଙ୍କୁ ଭେଟିବା ସମୟରେ ଖୁବ୍ ବିସ୍ମିତ ହୋଇଯାଇଥିଲେ । ଗତ ମଙ୍ଗଳବାର ଦିନ ମୁମ୍ବାଇସ୍ଥିତ ଶାହାରୁଖ୍‌ ଙ୍କ ବାସଭବନ ‘ମନ୍ନତ୍‌’ରେ ସେ ତାଙ୍କୁ ଭେଟିଥିଲେ । ଏହି ସାକ୍ଷାତ ସମୟରେ ଉଭୟ ଭିତରେ ସମଗ୍ର ବିଶ୍ୱରେ ବଲିଉଡ୍‌ ଓ ତା’ର ବ୍ୟାପକ ସାଂସ୍କୃତିକ ପ୍ରଭାବ ବିଷୟରେ ଆଲୋଚନା ହୋଇଥିଲା।ତେବେ ଶାହାରୁଖ୍‌ ଖାନ୍‌ଙ୍କ ସହିତ ଆଲୋଚନା କରିବା ପରେ ଏରିକ୍‌ କିଛି ସମୟ ଭିତରେ ଏକ ଟ୍ୱିଟ୍ କରିଥିଲେ । ଯେଉଁ ଟ୍ୱିଟରେ ଶାହାରୁଖ୍‌ ଖାନ୍‌ଙ୍କ ସହିତ ସାକ୍ଷାତ ସମୟରେ ଉଠାଯାଇଥିବା କିଛି ଫଟୋ ମଧ୍ୟ ଏରିକ୍‌ ଗାର୍ସେଟି ସେୟାର୍‌ କରିଥିଲେ। ଗୋଟିଏ ଫଟୋରେ ସେ ଶାହାରୁଖ୍‌ ଖାନ୍‌ଙ୍କ ସହିତ ଫଟୋ ଉଠାଇବା ପାଇଁ ପୋଜ୍‌ ଦେଉଥିବା ଦେଖିବାକୁ ମିଳୁଥିବାବେଳେ, ଆଉ ଏକ ଫଟୋରେ ଏରିକ୍‌ ହଳଦିଆ ରଙ୍ଗର ଫୁଟ୍‌ବଲ୍‌ଟିଏ ହାତରେ ଧରିଥିବା ବେଳେ ଶାହାରୁଖ୍‌ ଖାଁଙ୍କ ମ୍ୟାନେଜର୍‌ ପୂଜା ଦାଦ୍‌ଲାନି ଓ ଶାହରୁଖ୍‌ଙ୍କ ପତ୍ନୀ ଗୌରୀ ଖାନ୍‌ ସେଠାରେ ଉପସ୍ଥିତ ଅଛନ୍ତି। ସମସ୍ତଙ୍କ ମୁହଁରେ ହସ ଥିବା ଫଟୋରେ ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp