ଆମେରିକା ଗୁଳିରେ ଖସିଲା ଚୀନ୍‌ ସ୍ପାଏ ବେଲୁନ୍‌ |

ଚୀନ୍‌ର ସ୍ପାଏ ବେଲୁନ୍‌କୁ ଗୁଳି କରି ଖସାଇଲା ଆମେରିକା। ଆମେରିକାର ପୂର୍ବ ଉପକୂଳ ଅଞ୍ଚଳରେ ଉଡୁଥିବା ଚୀନ୍‌ର ଏକ ସନ୍ଦିଗ୍ଧ ବେଲୁନ୍‌କୁ ଗୁଳି କରି ଖସାଇ ଦିଆଯାଇଥିବା ନେଇ ପେଣ୍ଟାଗନ୍ ପକ୍ଷରୁ ସୂଚନା ଦିଆଯାଇଛି।

ଚୀନ୍‌ର ସ୍ପାଏ ବେଲୁନ୍‌କୁ ଗୁଳି କରି ଖସାଇଲା ଆମେରିକା। ଆମେରିକାର ପୂର୍ବ ଉପକୂଳ ଅଞ୍ଚଳରେ ଉଡୁଥିବା ଚୀନ୍‌ର ଏକ ସନ୍ଦିଗ୍ଧ ବେଲୁନ୍‌କୁ ଗୁଳି କରି ଖସାଇ ଦିଆଯାଇଥିବା ନେଇ ପେଣ୍ଟାଗନ୍ ପକ୍ଷରୁ ସୂଚନା ଦିଆଯାଇଛି। ଏହାର କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଆଟଲାଣ୍ଟିକ୍ ମହାସାଗର ଉପରେ ଉଡୁଥିବା ଏକ ବେଲୁନ୍ ବିସ୍ଫୋରଣ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି।

ବେଲୁନ୍ ନିକଟରେ କିଛି ଯୁଦ୍ଧ ବିମାନ ଉଡୁଥିବା ମଧ୍ୟ ଭିଡିଓରେ ସ୍ପଷ୍ଟ ଦେଖାଯାଉଛି। ଆଉ ଏହି ଯୁଦ୍ଧ ବିମାନରୁ ହିଁ ଗୁଳି କରି ବେଲୁନ୍‌କୁ ଖସାଇ ଦିଆଯାଇଛି। ବିସ୍ଫୋରଣ ପରେ ବେଲୁନ୍‌ର ଅବଶେଷ ସମୁଦ୍ର ମଧ୍ୟରେ ପଡ଼ିଛି। ଉତ୍ତର ଆମେରିକାରର ସମ୍ବେଦନଶୀଳ ସୈନ୍ୟ କ୍ୟାମ୍ପ ଉପରେ ସ୍ପାଏ ବେଲୁନ୍ ଦ୍ୱାରା ଚୀନ୍ ଗୁଇନ୍ଦାଗିରି କରୁଥିବା ନେଇ ଆମେରିକା ପୂର୍ବରୁ ଅଭିଯୋଗ ଆଣିଥିଲା।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp