ଆପଣ ଜାଣନ୍ତି କି ପିରିୟଡ୍ ମିସ୍ ହେବାର କେତେ ଦିନ ପରେ କରିବା ଉଚିତ ପ୍ରେଗନାନ୍ସୀ ଟେଷ୍ଟ ?

କିଛି ଟେଷ୍ଟ କିଟ ଆପଣଙ୍କ ପିରିୟଡକୁ ପୂରା ହେବାର ଚାରି ୫ ଦିନ ପୂର୍ବରୁ ହିଁ ପଜିଟିଭ୍ ଦେଖାଇଦିଏ। କିନ୍ତୁ ପିରିୟଡ୍ ମିସ୍ ହେବା ପରେ ଟେଷ୍ଟ କରିବା ଦ୍ୱାରା ଆପଣଙ୍କୁ ଭୁଲ ରେଜଲ୍ଟ ମିଳିପାରେ।

ବର୍ତ୍ତମାନ ସମୟରେ ପ୍ରେଗନାନ୍ସୀ ଟେଷ୍ଟ କରିବାକୁ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡୁନି। କାହିଁକିନା ଏବେ ମେଡିସିନ୍‌ ଦୋକାନରେ ପ୍ରେଗନନାନ୍ସି ଟେଷ୍ଟ କିଟ୍ ମିଳିଲାଣି। ଯାହାଦ୍ୱାରା ଆପଣ ମାତ୍ର କେଇ ମିନିଟରେ ଜାଣିପାରିବେ ଆପଣ ଗର୍ଭବତୀ କି ନୁହଁନ୍ତି । ଏଥିପାଇଁ ଆପଣଙ୍କୁ କିଟ୍‌ରେ କେବଳ ପରିସ୍ରାର କିଛି ବୁନ୍ଦା ପକାଇବାକୁ ହେବ ଏବଂ କିଛି ମିନିଟ୍ ଭିତରେ ଆପଣ ରେଜଲ୍ଟ ପାଇଯିବେ। ତେବେ ବେଳେବେଳେ ଏହି ରେଜଲ୍ଟ ଭୁଲଭାଲ ଆସିଥାଏ। ଜଲଦି ଟେଷ୍ଟ କରିବା କାରଣରୁ ଭୁଲଭାଲ ଫଳ ବାହାରିଥାଏ ତେଣୁ ଆପଣଙ୍କୁ ପ୍ରେଗନେନ୍ସୀ ଟେଷ୍ଟ କରିବାର ଉଚିତ ସମୟ ଜାଣିବା ନିହାତି ଆବଶ୍ୟକ।

ଟେଷ୍ଟ କରିବାର ସଠିକ ସମୟ କଣ ?

ପ୍ରେଗନାନ୍ସୀ ଟେଷ୍ଟ କରିବାର ସବୁଠାରୁ ଭଲ ସମୟ ହେଉଛି ଆପଣଙ୍କ ପିରିୟଡ୍ ଯେତେବେଳେ ବିଳମ୍ବ ହୋଇଥାଏ। ଆପଣ ପିରିୟଡ୍ ମିସ୍ ହେବାର ଗୋଟିଏ ଦିନ ପରେ ବି ଆପଣ ଟେଷ୍ଟ କରିପାରିବେ। କିଛି ଟେଷ୍ଟ କିଟ ଆପଣଙ୍କ ପିରିୟଡକୁ ପୂରା ହେବାର ଚାରି ୫ ଦିନ ପୂର୍ବରୁ ହିଁ ପଜିଟିଭ୍ ଦେଖାଇଦିଏ। କିନ୍ତୁ ପିରିୟଡ୍ ମିସ୍ ହେବା ପରେ ଟେଷ୍ଟ କରିବା ଦ୍ୱାରା ଆପଣଙ୍କୁ ଭୁଲ ରେଜଲ୍ଟ ମିଳିନପାରେ। ଯଦି ଆପଣଙ୍କ ପିରିୟଡ୍‌ସ ଠିକ୍ ସମୟରେ ହେଉନଥାଏ ତାହେଲେ ସଠିକ ପରିଣାମ ପାଇଁ ଆପଣଙ୍କୁ ୩୫ ରୁ ୪୦ ଦିନ ପଯ୍ୟର୍ନ୍ତ ଅପେକ୍ଷା କରିବାକୁ ପଡିବ।

ଆସନ୍ତୁ ଜାଣିବା ସକାଳ କିମ୍ବା ରାତି ବେଳା କରିବେ ଟେଷ୍ଟ :

ଡାକ୍ତର ଙ୍କ କହିବା ମୁତାବକ ସକାଳ ସମୟରେ ପ୍ରେଗନାନ୍ସୀ ଟେଷ୍ଟ କରିବା ଦ୍ୱାରା ଆପଣଙ୍କୁ ଅଧିକ ସଠିକ୍ ରେଜଲ୍ଟ ମିଳିଥାଏ। କାହିଁକିନା ସକାଳ ସମୟର ପ୍ରଥମ ପରିସ୍ରାରେ ଏଚସିଜି ସାନ୍ଦ୍ରତା ମଧ୍ୟ ଅଧିକ ହୋଇଥାଏ। ଏହାର ଅର୍ଥ ଯଦି ଆପଣ ଗର୍ଭବତୀ ତାହେଲେ ଆପଣଙ୍କୁ ପଜିଟିଭ୍ ପରିଣାମ ମିଳିବାର ସମ୍ଭାବନା ବହୁତ ଅଧିକ ଥାଏ। ଯେତେବେଳେ ଆପଣଙ୍କ ପିରିୟଡ୍ ବିଳମ୍ବରେ ହୋଇଥାଏ ଏହା ଅଧିକ ପ୍ରଭାବୀ ହୋଇଥାଏ। କିନ୍ତୁ ଯେତେବେଳେ ଆପଣ ମାସିକ ଚକ୍ର ପୂର୍ବରୁ ଟେଷ୍ଟ କରୁଛନ୍ତି, ତାହେଲେ ପରିଣାମ ଭୁଲ ଆସିବାର ସମ୍ଭାବନା ଅଧିକ ଥାଏ। ଏହାଛଡା ଯଦି ଆପଣ ବହୁତ ପାଣି ଦିଇଦିଅନ୍ତି ତାହେଲେ ଆପଣଙ୍କ ପରିସ୍ରା ପତଳା ଥାଏ, ଏମିତିରେ ରେଜଲ୍ଟ ଭୂଲ ଆସିବାର ସମ୍ଭାବନା ଅଧିକ ଥାଏ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp