ଆଦର୍ଶ ବିଦ୍ୟାଳୟ ର ବିକଳ ଚିତ୍ର।
ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ବାଉରୀପଦା ପଞ୍ଚାୟତ ରାମ୍ପୋ ପଡ଼ିଆରେ ନିର୍ମାଣ ଚାଲିଛି ନୂତନ ଆଦର୍ଶ ବିଦ୍ୟାଳୟ। ଯାହାର ଅଟକଳ ମୂଲ୍ୟ ୪କୋଟିରୁ ଉର୍ଦ୍ଧ୍ବ । ହେଲେ ଠିକାଦାରଙ୍କ ନିମ୍ନ ମାନର କାର୍ଯ୍ୟ କରୁଥିବାରୁ ସାମାନ୍ୟ ବର୍ଷାରେ ପାଚେରୀ ଖସି ପଡୁଛି। ଯଦି ନିର୍ମାଣ ଧୀନ ପାଚେରୀ ଖସି ପଡୁଛି ତାହା ହେଲେ ଗୃହ କିପରି ନିର୍ମାଣ ହୋଇଛି ତାକୁ ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। କାରଣ ହଜାର ହଜାର ଛାତ୍ରଛାତ୍ରୀ ଏଠାକୁ ପଡ଼ିବାକୁ ଆସିଲେ କୌଣସି ବିପଦ ନ ଘଟିବ ପୂର୍ବରୁ ଭଲ କରି ଗୃହର ମାନ ପରୀକ୍ଷା କରିବାକୁ ଦାବି ହେଉଛି। ଆଦର୍ଶ ବିଦ୍ୟାଳୟ ଗୃହ ଓ ପାଚେରି କାର୍ଯ୍ୟ ୨୦୨୧ ମସିହାରେ ଠିକଦାରଭାବେ ବାବାଜି ମହାକୁଡ କାର୍ଯ୍ୟ କରୁଛନ୍ତି। ହେଲେ ନିମ୍ନମାନର
କାମ ହେଉଥିବା ଯୋଗୁଁ ପାଚେରି ଭୁଶୁଡି ପଡ଼ିଥିବା ସବୁଠି ଚର୍ଚ୍ଚା ଜୋର ହେଉଛି। ଗତ ପଶ୍ଚିମା ଝଡ଼ରେ ହୋଇଥିବା ଝିପିଝିପି ବର୍ଷାରେ ବିଦ୍ୟାଳୟ ସମ୍ମୁଖ ଫାଟକ ନିକଟରୁ ପାଚେରୀର ପ୍ରାୟ ୩୦ ଫୁଟରୁ ଉର୍ଦ୍ଧ୍ବଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ଠିକାଦାର ଓ ସ୍ଥାନୀୟ ପ୍ରଶାସନଙ୍କ ମଧୁଚନ୍ଦ୍ରିକା ପାଇଁ ଏଭଳି ନିମ୍ନ ମାନର କାର୍ଯ୍ୟ ହେଉଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ପାଚେରୀ ମଧ୍ୟରେ ପିଲର ହୋଇନାହିଁ ଏବଂ ଚିପିସ ଓ ସିମେଣ୍ଟ ଭାଗ କମ ଦେଇ ଥିବାରୁ ପାଚେରୀ ଖସି ପଡିଛି।
ଆଦର୍ଶ ବିଦ୍ୟାଳୟଟି କାର୍ଯ୍ୟକ୍ଷମ ନ ହେଉଣୁ ପାଚେରୀ ଭୁଶୁଡ଼ି ପଡ଼ିବା ଘଟଣାରେ ଗତକାଲି ଜିଲାପାଳ, ଉପଜିଲ୍ଲାପାଳ ଅନ୍ୟ ଅଧିକାରୀ ମାନେ ଘଟଣାସ୍ଥଳ ପରିଦର୍ଶନ କରି ଫେରିଛନ୍ତି। ଜିଲ୍ଲାପାଳଙ୍କ କହିବା ଅନୁଯାୟୀ ସେହି ଠିକାଦାରକୁ ଯେଉଁ ସ୍ଥାନରେ ମାଟି ପକାଇବା କଥା ୩ଥର ନୋଟିସ ହୋଇଥିଲା ହେଲେ ଠିକାଦାର ଏହାକୁ ଅବମାନନା କରିଥିଲେ। ଏବେ ୩ଟି ଏସଡିଓଙ୍କୁ ନେଇ ଏକ ଟିମ ଗଠନ କରି ତଦନ୍ତ କରିଛନ୍ତି। ବିଲ ବନ୍ଦ କରିବା ସହ କାର୍ଯ୍ୟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।