ଆତଙ୍କ ଖେଳାଉଛି ସନ୍ଦିଗ୍ଧ ପାରା ।

ପାରାକୁ ନେଇ ଖେଳିଯାଇଛି ଆତଙ୍କ । କାରଣ ଏହି ପାରା କୌଣସି ସାଧାରଣ ପାରା ନୁହେଁ ଏହା କୁଆଡେ ସନ୍ଦିଗ୍ଧ ପାରା ବୋଲି ଆଲୋଚନା ହେଉଛି । ଯାହା ଦେହରେ ଲାଗିଛି କ୍ୟାମେରା ଚିଫ ଆଉ ପକ୍ଷୀରେ ଅଛି ବିଦେଶୀ ଭାଷା । ହଁ ଦର୍ଶକ ବନ୍ଧୁ ଗତକାଲି ମଝି ସମୁଦ୍ରରୁ ଉଦ୍ଧାର ହୋଇଛି ଏପରି ଏକ ସନ୍ଦିଗ୍ଧ ପାରା ଯାହାକୁ ନେଇ କାଲି ଠାରୁ ଚାରି ଆଡ଼େ ଚାଲିଛି ଚର୍ଚ୍ଚା ଓ ଆଲୋଚନା । କାହିଁକି ପାରା ଦେହରେ କ୍ୟାମେରା ଲଗାଇ ପଠାଯାଇଛି ? ଯିଏ ଏହି ପାରାକୁ ପଠାଇଛି ତାର ଉଦ୍ୟଶ କଣ ରହିଛି । ଏନେଇ ଅନେକ ସନ୍ଧେହ ଏବେ ଜନସାଧାରଣଙ୍କ ମନରେ ଉଙ୍କି ମାରୁଛି । ଆଉ ଏହି ସନ୍ଦେହକୁ ଆହୁରି ଦୁଢ଼ୀଭୂତ କରୁଛି ଏହା କି ଯେ ପାରା ଡେଣାରେ କିଛି ବିଦେଶୀ ଅକ୍ଷରରେ ଲେଖା ଥିବା ବେଳେ ପାରାର ଦେହରେ ଲାଗିଛି କ୍ୟାମେରା । ଯାହା ବର୍ତ୍ତମାନ ସମୟରେ ସବୁଆଡେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ତେବେ ସେପଟେ ଏହି ପାରାଟିକୁ ମାଛ ଧରୁଥିବା ଲୋକମାନେ ଉଦ୍ଧାର କରିଛନ୍ତି ।ପାରାଟିକୁ ଉଦ୍ଧାର କରିବା ପରେ ସଙ୍ଗେ ସଙ୍ଗେ ଏହି ଖବର ପବନ ବେଗରେ ପ୍ରସାରିତ ହୋଇଥିଲା ।

ଏହା ପରେ ଲୋକମାନେ ପାରା ଦେହରେ ଲାଗିଥିବା କ୍ୟାମେରା ଚିପ ଓ ବିଦେଶୀ ଭାଷାରେ ଲେଖାଥିବା ଅକ୍ଷର ସମସ୍ତଙ୍କ ମନରେ ବେଶ ଆତଙ୍କ ସୃଷ୍ଟି କରିଥିଲା । କାରଣ ଏହି ପାରାଟି ଉଦ୍ଧାର ହେବା ପରେ ପାରାଟିକୁ ଗୁପ୍ତଚର ବୋଲି କୁହାଯାଉଛି । ଆଉ ସେପଟେ ଏହାକୁ ନେଇ ପୋଲିସ ପକ୍ଷରୁ ତୁରନ୍ତ ତଦନ୍ତ ଆରମ୍ଭ କରାଯାଇଛି କାରଣ ଏହା ଯଦି ବାସ୍ତବରେ ଗୁପ୍ତଚର ହୋଇଥାଏ ଓ ଲୋକ ମାନଙ୍କ ଅନୁମାନ ଯଦି ସତରେ ସତ ହୋଇଥାଏ ତେବେ ଏହା ଖୁବ ସାଙ୍ଘାତିକ ବୋଲି ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp