ଆତଙ୍କବାଦୀଙ୍କ ଗୁଳିରେ ବ୍ୟାଙ୍କ ସିକ୍ୟୁରିଟି ଗାର୍ଡ ମୃତ |
ଜମ୍ମୁ-କାଶ୍ମୀରର ପୁଲଓ୍ଵାଲା ଏକ ଜିଲ୍ଲାରେ ରବିବାର ଆତଙ୍କବାଦୀମାନେ ଟାର୍ଗେଟ୍ କିଲିଂ କରିଛନ୍ତି। କାଶ୍ମୀର ପଣ୍ଡିତ ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ। ମୃତ ବ୍ୟକ୍ତି ଏକ ବ୍ୟାଙ୍କର ସିକ୍ୟୁରିଟି ଗାର୍ଡ ଥିଲେ।ଜମ୍ମୁ-କାଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ରବିବାର ଆତଙ୍କବାଦୀମାନେ ଟାର୍ଗେଟ୍ କିଲିଂ କରିବାକୁ ଯାଇ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ପୋଲିସ ସୂଚନା ମୁତାବକ, ମୃତକ ହେଲେ ଦକ୍ଷିଣ କାଶ୍ମୀର ଜିଲ୍ଲାର ଅଚନ ଅଞ୍ଚଳର ନିବାସୀ ସଞ୍ଜୟ ଶର୍ମା, ବୟସ ୪୦ ବର୍ଷ। ଏହି ଘଟଣା ରବିବାର ପୂର୍ବାହ୍ନ ୧୧ଟାରେ ଘଟିଛି।
କାଶ୍ମୀର ଜୋନ୍ ପୋଲିସ ଟ୍ଵିଟ୍ କରି ଲେଖିଛି ଯେ ସ୍ତ୍ରୀ ସହ ବଜାର ଯାଉଥିବା ବେଳେ ସଞ୍ଜୟ ଶର୍ମାଙ୍କ ଉପରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ, ଯାହା ପରେ ସଞ୍ଜୟଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଉଥିଲା, ହେଲେ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ହତ୍ୟାକାଣ୍ଡ ପରେ ଅଞ୍ଚଳକୁ କର୍ଡନ କରି ଦିଆଯାଇଛି।