ଆତଙ୍କବାଦୀଙ୍କୁ କଡ଼ା ଜବାବ |

ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବ ଭାରତ। ଜମ୍ମୁ କଶ୍ମୀର ପୁଞ୍ଚରେ ଆତଙ୍କବାଦୀ ଅକ୍ରମଣ ଘଟଣା ପରେ ଆକସନ୍‌ରେ ଭାରତୀୟ ସେନା। ବାଲାକୋଟ ଏୟାର ଷ୍ଟ୍ରାଇକ ଢଙ୍ଗରେ ଜବାବ ଦେବ କି ଭାରତ? ଏଭଳି ପ୍ରଶ୍ନ ଏବେ ସବୁ ଭାରତୀୟଙ୍କୁ ଆନ୍ଦୋଳିତ କରୁଛି। ୨୦୧୯ ଫେବୃଆରୀ ୧୪ରେ ପୁଲୱାମାରେ ସିଆରପିଏଫର ଗାଡ଼ି ଉପରେ ଜୈସ ଏ ମହମ୍ମଦ ଆକ୍ରମଣ କରିଥିଲା।

ଏଥିରେ ୪୦ଜଣ ଯବାନ ସହିଦ ହୋଇଥିଲା। ଏହା ପରେ ପ୍ରତିଶୋଧ ନେଇଥିଲା ଭାରତୀୟ ସେନା। ଫେବୃଆରୀ ୨୬ ତାରିଖ ରାତିରେ ବାଲାକୋଟରେ ଏୟାର ଷ୍ଟ୍ରାଇକ କରି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲା। ଏଥିରେ ଶହେରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିଲା। ଗତ ଗୁରୁବାର ପୁଞ୍ଚରେ ଆତଙ୍କବାଦୀ ଆକ୍ରମଣରେ ପାଞ୍ଚ ଜଣ ଯବାନ ସହିଦ ହୋଇଛନ୍ତି। ସେନାର ଏକ ଟ୍ରକ୍‌ ଯାଉଥିବା ବେଳେ ସାତ ଜଣ ଆତଙ୍କବାଦୀ ଏହା ଉପରକୁ ପ୍ରାୟ ୩୬ ରାଉଣ୍ଡ ଗୁଳି ଚଳାଇଥିଲେ। ଆକ୍ରମଣ ପାଇଁ ଷ୍ଟିଲ ବୁଲେଟ୍‌ ଏବଂ ଷ୍ଟିକି ବୋମା ମଧ୍ୟ ବ୍ୟବହାର କରିଥିଲେ।

ଯାଞ୍ଚ ବେଳେ ଗାଡ଼ିରୁ କିରୋସିନି ବାଷ୍ପର ଗନ୍ଧ, ଦୁଇଟି ଗ୍ରେନେଡ୍‌ ପିନ୍‌ ମଧ୍ୟ ମିଳିଥିବା ରିପୋର୍ଟ ଦେଇଛି ଇଣ୍ଟେଲିଜେନ୍ସ ବ୍ୟୁରୋ। ଏହି ଯାଞ୍ଚ ରିପୋର୍ଟ ଆଇବି ଗୃହ ମନ୍ତ୍ରାଳୟ ଏବଂ ତଦନ୍ତ ଦାୟିତ୍ୱ ନେଇଥିବା ଏନ୍‌ଆଇଏକୁ ଦେଇଛି । ଆକ୍ରମଣରେ ସାମିଲ ଥିବା ସାତ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ତିନି ଜଣ ପାକିସ୍ତାନର ଆତଙ୍କବାଦୀ ବୋଲି ଜଣାପଡ଼ିଛି । ସେମାନେ ଆଖପାଖ ଅଞ୍ଚଳରେ ଲୁଚି ରହିଥିବା ଅନୁମାନ କରାଯାଉଛି। ସ୍ଥାନୀୟ ପୋଲିସ୍‌ ସହିତ ମିଶି ପ୍ରାୟ ୨ ହଜାର କମାଣ୍ଡୋ ସର୍ଚ୍ଚ ଅପରେସନ୍‌ରେ ଲାଗିଛନ୍ତି।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp