ଆଜେକ୍ସଙ୍କର ଥିଲା ଅନ୍ୟ ଝିଅଙ୍କ ସହ ସମ୍ପର୍କ ।

ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା ମାମଲାରେ ଆଜେକ୍ସଙ୍କ ପ୍ରେମିକାଙ୍କୁ ଜେରା କରାଯାଇଛି । ଖାରବେଳ ନଗର ପୋଲିସ ଯୁବତୀଙ୍କ ଘରେ ତାଙ୍କୁ ଜେରା କରାଯାଇଥିବା ବେଳେ ଯୁବତୀଙ୍କ ବୟାନ ଘଟଣାର ମୋଡକୁ ସାମାନ୍ୟ ବଦଳାଇ ଦେଇଛି । ଆଜେକ୍ସ ଙ୍କ ପ୍ରେମିକା ଆଜେକ୍ସଙ୍କ ସହ ସମ୍ପର୍କକୁ ଗ୍ରହଣ କରିଥିବା ବେଳେ ଦୁହିଁଙ୍କ ସମ୍ପର୍କ ପ୍ରଥମରୁ ଠିକ୍ ଠାକ୍ ଚାଲିଥିବା ଯୁବତୀ ସ୍ବୀକାର କରିଛନ୍ତି । ହେଲେ ଯେତେବେଳେ ଦୁହିଁଙ୍କ ସମ୍ପର୍କରେ ସନ୍ଦେହ ରୂପୀ ରାକ୍ଷସ ଏଣ୍ଟ୍ରି ମାରିଥିଲା ସେତେବେଳେ ଦୁହିଁଙ୍କ ସମ୍ପର୍କ ଧୀରେ ଧୀରେ ନଷ୍ଟ ହେବାକୁ ଲାଗିଥିଲା । ଆଜେକ୍ସ ତାଙ୍କ ପ୍ରେମିକାଙ୍କ ସହ ପାଠୀ ସହ ମିଳାମିଶା କରିବାକୁ ବାରଣ କରୁଥିଲେ ଆଉ ଏନେଇ ଜିଜ୍ଞାସାଙ୍କୁ ଧୀରେ ଧୀରେ ସନ୍ଦେହ କରିବାକୁ ଲାଗିଲେ । ସେପଟେ ଜିଜ୍ଞାସା ମଧ୍ୟ ଏ କଥା କହିଛନ୍ତି କି ଆଜେକ୍ସଙ୍କର ଅନ୍ୟ ଯୁବତୀ ମାନଙ୍କ ସହ ସମ୍ପର୍କ ରହିଥିଲା ଯେଉଁଥି ପାଇଁ ଜିଜ୍ଞାଂସା ଆଜେକ୍ସଙ୍କ ପାଖରୁ ନିଜକୁ ଦୂରେଇ ରଖିବାକୁ ଚାହୁଥିଲେ । ଗୋଟେ ପଟେ ଆଜେକ୍ସ ଯୁବତୀଙ୍କ ସହପାଠୀଙ୍କୁ ନେଇ ସନ୍ଦେହ କରୁଥିବା ବେଳେ ଅନ୍ୟପଟେ ଜିଜ୍ଞାସା ମଧ୍ୟ ସନ୍ଦେହ କରୁଥିଲେ ଆଜେକ୍ସଂକର ଅନ୍ୟ ଯୁବତୀ ମାନଙ୍କ ସହ ସମ୍ପର୍କ ଅଛି । ଆଉ ଯେଉଁଥି ପାଇଁ ଧୀରେ ଧୀରେ ସମ୍ପର୍କରେ ମନ ମାଲିନ୍ୟ ଦେଖା ଦେଇଥିଲା। ଆଉ ଏହା ପରେ ଯେତେବେଳେ ଯୁବତୀ ଆଜେକ୍ସଙ୍କ ପାଖରୁ ଦୂରେଇ ଯିବାକୁ ଚାହିଥିଲେ ସେତେବେଳେ ଆଜେକ୍ସ ଯୁବତୀଙ୍କ ପିଛା ଛାଡ଼ି ନଥିଲେ । ଯୁବତୀଙ୍କ କହିବା ମୁତାବକ ଆଜେକ୍ସ ତାଙ୍କୁ ହଇରାଣ କରୁଥିଲେ । ହଷ୍ଟେଲ ଆଗକୁ ଯାଇ ବିଳମ୍ବିତ ରାତିରେ ତାଙ୍କ ସହ ଝଗଡା କରୁଥିଲେ । ଏପରିକି ମୃତ୍ୟୁର ପୂର୍ବଦିନ ମଧ୍ୟ ଆଜେକ୍ସ ହଷ୍ଟେଲ ତଳକୁ ଯାଇ ଯୁବତୀଙ୍କ ସହ ଝଗଡା କରିଥିଲେ ଆଉ ମୃତ୍ୟୁ ସମୟରେ ଯୁବତୀ ମ୍ୟାସେଜ ପାଇ ଅନେକ ଥର ଆଜେକ୍ସଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ବି ଆଜେସ୍କ ଫୋନ୍ ଉଠାଇ ନଥିଲେ । ହିଁ ଦର୍ଶକ ବନ୍ଧୁ ପୋଲିସର ଜେରା ସମୟରେ ଆଜେକ୍ସ ଙ୍କ ପ୍ରେମିକା ଏହି ପରି ବୟାନ ଦେଇଛନ୍ତି । ଆଜେକ୍ସଙ୍କ ପାଖରୁ ପ୍ରେମିକା ଦୂରେଇ ଯିବା ପଛରେ ଗୋଟିଏ ଉଦ୍ୟଶ ଥିଲା କାରଣ ଆଜେକ୍ସଙ୍କର ଅନ୍ୟ ଝିଅ ମାନଙ୍କ ସହ ସମ୍ପର୍କ ରହିଥିବା ପ୍ରେମିକା କହିଛନ୍ତି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp