ଆଜି ହେବାକୁ ଯାଉଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ଜାଣନ୍ତୁ କେଉଁଠି ହେବ ଦୃଶ୍ୟମାନ ଏବଂ ଏହାର ବିଶେଷତ୍ତ୍ୱ

ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ । ହେଲେ ଏହା ସାଧାରଣ ଚନ୍ଦ୍ରଗ୍ରହଣ ପରି ହେବ ନାହିଁ ବରଂ ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ । ଜାଣନ୍ତୁ ଏହା କେଉଁଠି କେଉଁଠି ଓ କେତେବେଳେ ଦୃଶ୍ୟମାନ ହେବ । ଏହାସହ ପେନ୍ୟୁମ୍ବ୍ରାଲ ଲୁନାର ଏକ୍ଲିପ୍ସର ଅର୍ଥ କ’ଣ ଚାଲନ୍ତୁ ଜାଣିବା ?

ଆଜି ଚନ୍ଦ୍ରଗ୍ରହଣରେ ଚନ୍ଦ୍ର ସବୁଠାରୁ ଭିନ୍ନ ଦେଖାଯିବେ । ଏହାର କାରଣ ହେଉଛି ଆଜି ଚନ୍ଦ୍ର ଆଜି ପୃଥିବୀର ଅମ୍ବ୍ରଲ ବା ଉପଛାୟା ମଧ୍ୟରେ ପ୍ରବେଶ କରି ଅତିକ୍ରମ କରିବ । ତେଣୁ ଏହା ଏକ ଦୁର୍ବଳ ଚନ୍ଦ୍ର ଗ୍ରହଣ ହେବ ବୋଲି କୁହାଯାଉଛି । ପେନ୍ୟୁମ୍ବ୍ରଲ ଛାଇ ବହୁତ ଫିକା ହୋଇଥାଏ ଏବଂ ଏହାକୁ ସେପର୍ଯ୍ୟନ୍ତ ଦେଖିବା ସମ୍ଭବ ନୁହେଁ ଯେଉଁ ପର୍ଯ୍ୟନ୍ତ ଚନ୍ଦ୍ରର ଡିସ୍କର ଦୁଇ ତୃତୀୟାଂଶ ଭାଗ ନିଜ ଭିତରେ ସୀମିତ ହୋଇଯିବ । ଏହାର ଶାସ୍ତ୍ରସମ୍ମତ ଗୁରୁତ୍ୱ ଏତେଟା ନଥିବାରୁ ଏହାକୁ ପାଳନ କରାଯାଉନାହିଁ । ।

ଏହି ଗ୍ରହଣ ଆଫ୍ରିକା ପୂର୍ବ ଭାଗରେ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଏବଂ ଏସୀୟାର କିିଛି ଅଂଶରେ ଦେଖାଦେବ । ଏହାସହ ଅଧିକାଂଶ ପାଶ୍ଚାତ୍ୟ ଦେଶକୁ ମଧ୍ୟ ଏହା ଦୃଶ୍ୟମାନ ହେବ ବୋଲି କୁହାଯାଇଛି । ବର୍ଷର ଏହି ପ୍ରଥମ ଚନ୍ଦ୍ର ଗ୍ରହଣକୁ ଭାରତର କିଛି ଅଂଶ ଯେପରି ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ , ପୁଣେ ଆଦି ସ୍ଥାନରେ ମଧ୍ୟ ଦେଖିବାକୁ ମିଳିପାରେ ବୋଲି ମଧ୍ୟ ବୈଜ୍ଞାନିକ ମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp