ଆଜି ହେଉଛି 14 ଫ୍ରେବୁୟାରି ସାରା ଦେଶ ପାଳୁଛି ବ୍ଲାକ ଦିବସ ।
ଆଜି ହେଉଛି 14 ଫ୍ରେବୁୟାରି ସାରା ଦେଶ ପାଳୁଛି ବ୍ଲାକ ଦିବସ । ସେ ଦିନ କଥା ମନେ ପଡିଲେ ଆଜିବି ଆଖିରେ ଲୁହ ବନ୍ଧ ବଡ ଭାଙ୍ଗି ଚାଲିଆସୁଛି। ଆମେ ଭୁଲିନୁ, ଆମେ ଛାଡିନୁ, ଆମ ଦେଶ ପାଇଁ ସହିଦ ହୋଇଥିବା ଯବାନଙ୍କୁ। ଚାରି ବର୍ଷ ପରେ ବି ବେଦନା ଦେଉଛି ପୁଲୱାମା ଆକ୍ରମଣ ରେ ସହିଦ ହୋଇଥିବା ବୀର ଯବାନଙ୍କ ବଳିଦାନ । ସେହି ଦିନର କଥା ମନେ ପଡିଲେ ଆଜିବି ହୃଦୟରେ କୋହ ଆଉ ଆଖିରେ ଲୁହ ସୃଷ୍ଟି ହେଉଛି। 2019 ମସିହା 14 ଫ୍ରେବୁଆରି ତାରିଖ ଦିନ ସେହି ବିଭତ୍ସ ଘଟଣା ଆଜି ବି ପ୍ରତିଟି ଭାରତବାସୀଙ୍କ ମନକୁ ଆନ୍ଦୋଳିତ କରୁଛି।ଆଖିପିଛୁଳାକେ ଆଖି ବୁଜିଦେଲେ ଭାରତମାତାର ୪୦ ବୀର ସନ୍ତାନ। ଘଟଣା ପରର ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟବିଦାରକ, ଶୋକସାଗରରେ ନା କେବଳ ସହିଦଙ୍କ ପରିବାର, ସମ୍ପୂର୍ଣ୍ଣ ଦେଶ କାନ୍ଦି ଉଠିଥିଲା, ଆତଙ୍କବାଦୀଙ୍କ ଆକ୍ରମଣରେ ଚାଲିଯାଇଥିଲା ୪୦ଟି ଅମୂଲ୍ୟ ଜୀବନ, ହେଲେ ଆଜିବି କମି ନାହିଁ ଆମ ବୀର ଯବାନମାନଙ୍କର ମନୋବଳ ଯେଉଁମାନଙ୍କ ବଳିଦାନ ଆମ ସେନାବାହିନୀ ଓ ଦେଶବାସୀଙ୍କ ମନୋବଳକୁ ସର୍ବଦା ସୁଦୃଢ ସତର୍କ ରହିବାପାଇଁ ପ୍ରେରଣା ଯୋଗାଇ ଦେଇଥାଏ।
ସେହି 40 ଶହୀଦଙ୍କ ସ୍ମୃତି ହୃଦୟକୁ ଜାଗ୍ରତ କରେ ।
ଆଜି ବି ସେହି ଶହୀଦମାନଙ୍କ ସ୍ମୃତି ଦେଶବାସୀଙ୍କ ହୃଦୟରେ ସତେଜ ହୋଇ ରହିଛି । ଦେଶ ଏହି ଶହୀଦମାନଙ୍କ ବଳିଦାନକୁ କେବେବି ଭୁଲିପାରିବ ନାହିଁ ଏବଂ ଏହି ଆକ୍ରମଣ ପଛରେ ଥିବା ବାହିନୀକୁ କଦାପି କ୍ଷମା କରିବ ନାହିଁ। ଚାରି ବର୍ଷ ପୂର୍ବେ, ଫେବୃଆରୀ 14, ଅପରାହ୍ନ 3 ଟା ସମୟରେ ଜାମ୍ମୁ କାଶ୍ମୀରରେ ଏଭଳି ଆତଙ୍କବାଦୀ ଆକ୍ରମଣ ଘଟିଥିଲା ଯାହା ସମଗ୍ର ଦେଶକୁ ଥରାଇ ଦେଇଥିଲା। ଏହି ଆତ୍ମଘାତୀ ଆକ୍ରମଣରେ 40 ସୈନିକ ସହିଦ ହୋଇଥିଲେ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶର ସଶସ୍ତ୍ର ବାହିନୀ ସୀମା ଆରପାରିରୁ ଏହି ଆକ୍ରମଣର ଉପଯୁକ୍ତ ଉତ୍ତର ଦେଇଥିଲେ, କିନ୍ତୁ ଆମ ବୀର ଯବାନ ମାନଙ୍କ ସହିଦ ହେବାର ଯନ୍ତ୍ରଣା ଏପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଛି।
Anchor:- ପ୍ରତିବର୍ଷ ଫ୍ରେବୁଆରି 14 ତାରିଖ ଆସିଲେ ଭାରତ ମା ଗୁମୁରି ଗୁମୁରି କାନ୍ଦେ। ଗୋଟିଏ ନୁହେଁ କି ଦୁଇଟି ନୁହେଁ ଏହି ଦିନ ଭାରତ ମାର କୋଳ ଶୂନ୍ୟ ହୋଇଯାଇଥିଲା । ଏକା ଥରକେ ଭାରତ ମା ହରାଇ ଥିଲା ତାର ଚାଳିଶ ବୀର ପୁତ୍ରଙ୍କୁ । କେଉଁ ମା ବା ତାର ଚାଳିଶ ବୀର ଯବାନଙ୍କୁ ହରାଇ ଧର୍ଯ୍ୟ ଧରି ରହି ପାରିଥାଆନ୍ତା। ସେଥିପାଇଁ ଗଛ ଲତା ବଣ ପାହାଡ ସେ ଦିନ ସମସ୍ତେ କାନ୍ଦି ଉଠିଥିଲେ । ଆଉ ଏହି ଦିନକୁ କଳା ଦିବସ ଭାବେ ଘୋଷଣା କରାଯାଇଥିଲା ।