ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ |

ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ବର୍ଡ଼ର-ଗାଭାସ୍କର ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ । ଦିଲ୍ଲୀର ଫିରୋଜ ଶାହ କୋଟଲାରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ନାଗପୁରରେ ଏକତରଫା ବିଜୟ ପରେ ଦିଲ୍ଲୀରେ ମ୍ୟାଚ ଜିତିବାକୁ ଲକ୍ଷ୍ୟ ରଖିଛି ରୋହିତ ବାହିନୀ । ଦିଲ୍ଲୀରେ ଖେଳାଯିବ ଦ୍ୱିତୀୟ ଟେଷ୍ଟ । ୪ ଟିକିଆ ସିରିଜର ଦ୍ୱିତୀୟ ମ୍ୟାଚ ଜିତି ସିରିଜ ଲିଡ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ରାହିତ ଆଣ୍ଡ କୋ ।

ପ୍ରଥମ ଟେଷ୍ଟରେ ଦମଦାର ବିଜୟ ପରେ ଜୋଶରେ ଅଛି ଟିମ ଇଣ୍ଡିଆ । ନୂଆଦିଲ୍ଲୀରେ ୨୦୧୭ରେ ଶେଷ ଥର ପାଇଁ ଏକ ଟେଷ୍ଟ ଖେଳାଯାଇଥିବା ବେଳେ ଦ୍ୱିତୀୟ ପାଳିରେ ଶ୍ରୀଲଙ୍କା ୧୦୦ରୁ ଉର୍ଦ୍ଧ୍ୱ ଓଭର ବ୍ୟାଟିଂ କରିଦେବାରୁ ମ୍ୟାଚ୍ ଅମୀମାଂସିତ ରହିଥିଲା । ନୂଆଦିଲ୍ଲୀରେ ୨୦୧୭ରେ ଶେଷ ଥର ପାଇଁ ଏକ ଟେଷ୍ଟ ଖେଳାଯାଇଥିବାବେଳେ ଦ୍ୱିତୀୟ ପାଳିରେ ଶ୍ରୀଲଙ୍କା ୧୦୦ରୁ ଉର୍ଦ୍ଧ୍ୱ ଓଭର ବ୍ୟାଟିଂ କରିଦେବାରୁ ମ୍ୟାଚ୍‌ ଅମୀମାଂସିତ ରହିଥିଲା। ଅଷ୍ଟ୍ରେଲିଆ କିନ୍ତୁ ଏଠାରେ ୨୦୧୩ରେ ଶେଷ ଟେଷ୍ଟ ଖେଳିଥିଲା। ଏଠାରେ ଅଷ୍ଟ୍ରେଲିଆ ଶୃଙ୍ଖଳାରେ ମଧ୍ୟ ୦-୪ରେ ମୂଳପୋଛ ହୋଇଥିଲା। ରବିନ୍ଦ୍ରନ ଅଶ୍ୱିନ୍‌ ଏବଂ ରବୀନ୍ଦ୍ର ଜାଦେଜା ମିଳିତ ଭାବେ ୧୪ ୱିକେଟ ନେଇଥିଲେ। ଏବେ ପୁଣି ଥରେ ଏହି ସ୍ପିନ୍‌ ଯୋଡି ଉପରେ ଭରସା କରି ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp