ଆଜି ବିଶ୍ୱ ଜଳ ଦିବସ

ବିଶ୍ୱ ଜଳ ଦିବସ ଅବସରରେ ମିଳିତ ଜାତିସଂଘ ଏକ ରିପୋର୍ଟ ପ୍ରକାଶ କରିଛି। ମଙ୍ଗଳବାର ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି, ବିଶ୍ୱର ୨୬ ପ୍ରତିଶତ ଲୋକଙ୍କ ପାଖରେ ପିଇବା ପାଇଁ ବିଶୁଦ୍ଧ ପାଣି ନାହିଁ। ଏହିପରି ୪୬ ପ୍ରତିଶତ ଲୋକଙ୍କ ପାଖରେ ମୌଳିକ ପରିମଳ ବ୍ୟବସ୍ଥା ନାହିଁ। ମିଳିତ ଜାତିସଂଘ ବିଶ୍ୱ ଜଳ ବିକାଶ ରିପୋର୍ଟ ୨୦୨୩ରେ ସମସ୍ତ ଲୋକଙ୍କ ପାଇଁ ସ୍ୱଚ୍ଛ ପାଣି ଏବଂ ପରିମଳ ସୁବିଧା ସୁନିଶ୍ଚିତ କରିବା ବିଷୟରେ ସୂଚନା ଦିଆଯାଇଛି।

ରିପୋର୍ଟ ଅନୁସାରେ, ଗତ ୪୦ ବର୍ଷ ମଧ୍ୟରେ ବିଶ୍ୱ ସ୍ତରରେ ପ୍ରତିବର୍ଷ ଏକ ପ୍ରତିଶତ ହାରରେ ପାଣିର ଉପଯୋଗ ବଢ଼ୁଛି। ୨୦୫୦ ପର୍ଯ୍ୟନ୍ତ ସମାନ ହାରରେ ଏହା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। କାରଣ, ଜନସଂଖ୍ୟା ବୃଦ୍ଧି, ସାମାଜିକ-ଆର୍ଥିକ ବିକାଶ ଏବଂ ଜଳର ବ୍ୟବହାର ପଦ୍ଧତି ବଦଳୁଛି।

ଜଳବାୟୁ ପରିବର୍ତ୍ତନ ହେତୁ ଜଳର ଅଭାବ ସେହି ସବୁ ଅଞ୍ଚଳରେ ବୃଦ୍ଧି ପାଉଛି, ଯେଉଁଠି ଏହା ପୂର୍ବରୁ ହିଁ କମ୍ ରହିଛି। ଯେପରି, ମଧ୍ୟ ଆଫ୍ରିକା, ପୂର୍ବ ଏସିଆ ଏବଂ ଦକ୍ଷିଣ ଆମେରିକାର କିଛି ଅଂଶ। ଏହା ବ୍ୟତୀତ ମଧ୍ୟପୂର୍ବ ଏବଂ ଆଫ୍ରିକାର ସହାରାରେ ଅବସ୍ଥା ଆହୁରି ଖରାପ ହେବାକୁ ଯାଉଛି। ବର୍ଷରେ ଅତି କମରେ ଗୋଟିଏ ମାସ ୩୫୦ କୋଟି ଲୋକ ଜଳ ଅଭାବର ସମ୍ମୁଖୀନ ହେଉଛନ୍ତି।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp