ଆଜି ନୁହେଁ, କାଲି ପଡ଼ିବ ହାତଗଣ୍ଠି
ଆଜି ନୁହେଁ କାଲି ସାତଫେରା ନେବେ ବଲିଉଡର ଲଭ ବାର୍ଡ ସିଦ୍ଧାର୍ଥ ମଲହୋତ୍ରା ଓ କିଆରି ଆଡଭାନୀ। ଉଭୟଙ୍କ ବିବାହ ପାଇଁ ସଜେଇ ହୋଇଛି ରାଜସ୍ଥାନର ଜୈସଲମେର୍ ପ୍ରସିଦ୍ଧ ପ୍ୟାଲେସ ସୂର୍ଯ୍ୟଗଡ।
ଏହି ଯୋଡ଼ିଙ୍କ ବିବାହ ଫେବୃୟାରୀ ୬ ତାରିଖରେ ହେବ ବୋଲି ପୂର୍ବରୁ ସ୍ଥିର ହୋଇଥିଲା। କିନ୍ତୁ ସୂଚନା ମୁତାବକ ଉଭୟ ଆସନ୍ତା କାଲି ଅର୍ଥାତ ଫେବୃୟାରୀ ୭ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ। ଅର୍ଥାତ ଭାଲେଣ୍ଟାଇନ୍ ସପ୍ତାହ ଆରମ୍ଭରେ ହିଁ ବିବାହ କରିବା ନିମନ୍ତେ ଏହି ପ୍ରେମ ଯୋଡ଼ି ନିଷ୍ପତ୍ତି ନେଇଛନ୍ତି ।ଏହାପୂର୍ବରୁ ଗତ ରାତିରେ ମେହେନ୍ଦୀ ଫଙ୍କସନ୍ ଶେଷ ହୋଇଥିବା ବେଳେ ଆଜି ସଙ୍ଗୀତ ସେରିମନିର ଆୟୋଜନ ହେବ । କିଆରାଙ୍କ ଭାଇ ମିଶାଲ ଜଣେ କୋରିଓଗ୍ରାଫର ଓ ସିଙ୍ଗର ହୋଇଥିବା ବେଳେ ସେ ନିଜ ଭଉଣୀ ଭିଣୋଇଙ୍କ ପାଇଁ ସ୍ପେଶାଲ ଟ୍ରାକ୍ର ଆୟୋଜନ କରିଥିବା ଜଣାଯାଇଛି।