ଆଜି ଦ୍ୱିତୀୟ ଦିନିକିଆ ଭାରତ-ଅଷ୍ଟ୍ରେଲିଆ ,ସିରିଜ ଲକ୍ଷ୍ୟରେ ଟିମ ଇଣ୍ଡିଆ |
ଆଜି ଦ୍ୱିତୀୟ ଦିନିକିଆ ଭାରତ-ଅଷ୍ଟ୍ରେଲିଆ ,ସିରିଜ ଲକ୍ଷ୍ୟରେ ଟିମ ଇଣ୍ଡିଆ | ବ୍ୟକ୍ତଗତ କାରଣ ଯୋଗୁଁ ପ୍ରଥମ ମ୍ୟାଚ୍ ଖେଳିପାରିନଥିବା ରୋହିତ ଦଳକୁ ଫେରିବା ପରେ ସୂର୍ଯ୍ୟକୁମାର ଯାଦବ ଏବଂ ଇସାନ କିଶାନଙ୍କୁ ମଧ୍ୟରୁ କିଏ ଖେଳିବ ତାକୁ ନେଇ ଦ୍ୱନ୍ଦ୍ୱରେ ରହିଛି ଟିମ୍ ଇଣ୍ଡିଆ ।ସେହିପରି ଟିମକୁ ରୋହିତ ଶର୍ମା ଫେରିଥିବାରୁ ଜୋସରେ ରହିଛି ପୂରା ଟିମ୍ । ଆଜିର ମ୍ୟାଚ୍ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ କରାଯିବ । ରୋହିତ ଖେଳିବେ । ତେଣୁ ପ୍ଲେଇଂ ଇଲେଭେନରୁ କିଏ ବାଦ ପଡିବେ ତାଉପରେ ନଜର ରହିଛି । ଇଶାନ୍ କିଷାନ କିମ୍ବା ସୂର୍ଯ୍ୟକୁମାର ଯାଦବଙ୍କ ଭିତରୁ କେହି ଜଣେ ବସି ପାରନ୍ତି ।
ଗତ ମ୍ୟାଚରେ ଖାତା ଖୋଲି ପାରି ନଥିଲେ ସୂର୍ଯ୍ୟକୁମାର । ସେହିପରି ଗତ ୧୦ଟି ଇନିଂସରେ ମାତ୍ର ଚାରି ଥର ଦୁଇ ଅଙ୍କ ସ୍କୋର କରିଛନ୍ତି । ଅନ୍ୟପଟେ ଇଶାନ କିଷାନ୍ ବି ଗତ ମ୍ୟାଚରେ ୩ ରନ୍ କରିଥିଲେ । କିନ୍ତୁ ସେ ମିଡିଲ ଅର୍ଡରରରେ ଖେଳି ପାରିବେ । କିଛି ମାସ ତଳେ ବାଂଲାଦେଶ ବିପକ୍ଷରେ ସେ ଓ୍ଵାନ ଡେରେ ଦ୍ୱିଶତକ ମାରିଥିଲେ । ଏମାନଙ୍କ ଭିତରୁ ଆଜି କିଏ ଖେଳିବେ ତାଉପରେ ନଜର ।